ସିନେମା

ଭିଡିଓ ପୋଷ୍ଟ୍ କରି ଦୀପିକା ଲେଖିଲେ- ପ୍ଲିଜ୍ କମ୍ ବ୍ୟାକ୍‌

ମୁମ୍ବାଇ: କ୍ୟାନ୍‌ସର୍‌ ସହିତ ଲଢ଼େଇ କରି ଗତ ଏପ୍ରିଲ୍ ୨୯ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବଲିଉଡ୍‌ ଅନ୍ୟତମ ସଫଳ ତଥା ଲୋକପ୍ରିୟ ଅଭିନେତା ଇର୍‌ଫାନ୍ ଖାନ୍‌। ଆଉ ୟା ମଧ୍ୟରେ ଗତକାଲି ୫ ବର୍ଷ ପୂରଣ କରିଛି ତାଙ୍କର ଏକ ବହୁ ପ୍ରଶଂସିତ ଫିଲ୍ମ ‘ପିକୁ’। ଏହି ଅବସରରେ ତାଙ୍କୁ ମନେ ପକାଇଥିଲେ ଏହି ଫିଲ୍ମରେ ତାଙ୍କ ସହିତ ଅଭିନୟ କରିଥିବା ଦୀପିକା ପାଦୁକୋନ୍।
ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ସେ ଇର୍‌ଫାନ୍‌ଙ୍କ ସହିତ ବେଶ୍ ଆରାମରେ ଟେନିସ୍ ଖେଳୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶେଆର କରି ଦୀପିକା ଲେଖିଛନ୍ତି- ପ୍ଲିଜ୍ କମ୍‌ ବ୍ୟାକ୍ ଇର୍‌ଫାନ୍ ଖାନ୍‌।

ଆହୁରି ପଢ଼ନ୍ତୁ

୨୦୧୫ ମେ’ ୮ ତାରିଖରେ ରିଲିଜ୍ ହୋଇଥିଲା ‘ପିକୁ’। ସୁଜିତ୍ ସିରକାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ ମଧ୍ୟ ଥିଲେ। ସେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍‌ ହୋଇଥିଲା ଓ ଭଲ ଆୟ କରିଥିଲା। ଏଥିରେ ସମସ୍ତଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଇଥିଲା।



[ad_2]

Show More
Back to top button