ଆଜି ଜେଫ୍ ବେଜୋସ ଙ୍କ ମହାକାଶ ଯାତ୍ରା

ସତ୍ୟଶିଖା(ଭୁବନେଶ୍ୱର) ୨୦.୦୭.୨୦୨୧: ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନ୍‌ର ସହ-ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଜେଫ୍ ବୋଜେସ ଆଜି (ମଙ୍ଗଳବାର) ମହାକାଶକୁ ଯାତ୍ରା କରିବେ । ବୋଜେସ୍‌ଙ୍କ କମ୍ପାନୀ ‘ବ୍ଲୁ ଅରିଜିନ୍‌’ର ଏହା ହେଉଛି ପ୍ରଥମ ମହାକାଶ ଯାତ୍ରା । ଏଥିରେ ବୋଜେସ୍‌ଙ୍କ ସହ ଆଉ ତିନି ଜଣ ମଧ୍ୟ ମହାକାଶ ଯାତ୍ରାର ସୁବର୍ଣ୍ଣ ସୁଯୋଗ ପାଇବେ । ଏମାନଙ୍କ ମଧ୍ୟରୁ ଜଣେ ବୋଜେସ୍‌ଙ୍କ ଭାଇ ମାର୍କ ହୋଇଥିବାବେଳେ ଅନ୍ୟ ଜଣେ ୮୨ ବର୍ଷୀୟା ପୂର୍ବତନ ପାଇଲଟ୍ ୱାଲି ଫଙ୍କ୍ ଓ ତୃତୀୟ ଜଣକ ହେଉଛନ୍ତି ଟିକେଟ କାଟିଥିବା ୧୮ ବର୍ଷୀୟା ମହାକାଶଯାତ୍ରୀ ।

ଚାରିଜଣ ଯାତ୍ରୀଙ୍କୁ ନେଇ ନ୍ୟୁ ସେଫାର୍ଡ ମହାକାଶଯାନ ପୃଥିବୀପୃଷ୍ଠରୁ ୧୦୦ କିମି ଉଚ୍ଚକୁ ଯାତ୍ରା କରିବାପରେ ପୁଣି ଧରାପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବ । ପଶ୍ଚିମ ଟେକ୍ସାସ୍‌ର ଏକ ମରୁଭୂମିରୁ ମହାକାଶଯାନ ତାହାର ପ୍ରଥମ ଯାତ୍ରା ଆରମ୍ଭ କରିବ । ଚାରି ମହାକାଶଚାରୀଙ୍କୁ ମହାକାଶ ଯାତ୍ରା ସମ୍ପର୍କିତ ସମସ୍ତ ତାଲିମ ପ୍ରଦାନ କରାଯାଇସାରିଛି । ସୂଚନାଯୋଗ୍ୟ ଚଳିତମାସ ୧୧ରେ ୭୧ ବର୍ଷୀୟ ବ୍ରିଟିଶ ଶିଳ୍ପପତି ରିଚାର୍ଡ ବ୍ରାନସନ ‘ଭର୍ଜିନ ଗାଲାଟିକ୍‌’ ଯାନରେ ସଫଳତାର ସହ ମହାକାଶ ଯାତ୍ରା କରି ଫେରିଆସିଛନ୍ତି ।

Exit mobile version