JEE Main ଟପ୍ପର ଗିରଫ : ପରୀକ୍ଷାରେ ଅନ୍ୟକୁ ବସାଇ ପାଇଥିଲେ 99.8%

ସତ୍ୟଶିଖା (ଗୁଆହାଟୀ) ୨୯/୧୦/୨୦୨୦ : ଆସାମ ପୋଲିସ୍ J.E.E Main ପରୀକ୍ଷାରେ ଏକ ବଡ଼ ଠକାମିର ଖୁଲାସା କରିଛି । ପୋଲିସ୍ ଜେଇଇରେ ୯୯.୮% ପ୍ରତିଶତ ନମ୍ବର ସହ ଆସାମରେ ଟପ୍ କରିଥିବା ପରୀକ୍ଷାର୍ଥୀ ,ତାଙ୍କ ବାପା ଡାକ୍ତର ଜ୍ୟୋତିର୍ମୟ ଦାସ (ଗୁଆହାଟୀର ଜଣେ ଡାକ୍ତର) ଏବଂ ପ୍ରକ୍ସିର ବ୍ୟବସ୍ଥା କରିଥିବା ଅନ୍ୟ ୩ଜଣଙ୍କୁ ଗିରଫ କରିଛି । ଅଭିଯୋଗ ଅନୁସାରେ ଜେଇଇ ଟପର ନୀଲ ନକ୍ଷତ୍ର ଦାସ ବିନା​‌ ପରୀକ୍ଷା ଦେଇ J.E.E Main ପରୀକ୍ଷାରେ ୯୯.୮% ହାସିଲ କରିଥିଲେ । ଅର୍ଥାତ୍ ନୀଲ ନକ୍ଷତ୍ର ଦାସ ସେପ୍ଟେମ୍ବର ୫ତାରିଖରେ ହୋଇଥିବା ପରୀକ୍ଷାରେ ଜଣେ ପ୍ରକ୍ସିର ଉପଯୋଗ କରିଥିଲେ । ଏହି ମାମଲାରେ ବାପା-ପୁଅ ସମେତ ହମେନ୍ଦ୍ର ନାଥ ସରମା,ପ୍ରାଞ୍ଜଲ୍ କଲିତା ଏବଂ ହୀରାଲାଲ ପାଠକ(ଗୁଆହାଟୀ ପରୀକ୍ଷା କେନ୍ଦ୍ର କର୍ମଚାରୀ)ଙ୍କୁ ଗିରଫ କରାଯାଇଛି ।ସୂଚନା ଅନୁସାରେ ଗୁଆହାଟୀର ମଥୁରା ନଗର ବାସିନ୍ଦା ମିତ୍ରଦେବ ଶର୍ମା ଅଜରା ପୋଲିସ୍ ଷ୍ଟେସନରେ J.E.E Main ଟପ୍ପର ବିରୋଧରେ ନିକଟରେ ଏକ ମାମଲା ରୁଜୁ କରିଥିଲେ ।ପୋଲିସରେ ରୁଜୁ ହୋଇଥିବା ମାମଲାରେ କୁହାଯାଇଛି ଯେ ପ୍ରକ୍ସି ବ୍ୟବହାର ପାଇଁ J.E.E Main ଟପ୍ପରଙ୍କ ବାପା ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ଏହି ମାମଲା ଆଧାରରେ ଅଜରା ପୋଲିସ୍ ତଦନ୍ତ ଆରମ୍ଭ କରିଛି । କେସ୍ ନମ୍ବର 624/2020 ମାମଲାରେ ଅଜରା ପୋଲିସ୍ ଆଇପିସିର ଧାରା 120(B)/419/420/406 ଏବଂ ଆଇଟି ଆକ୍ଟ R/W 66 D ଅନୁସାରେ ମାମଲା ରୁଜୁ କରାଯାଇଛି ।

Exit mobile version