ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ

ସତ୍ୟଶିଖା(ନୂଆଦିଲ୍ଲୀ ) ୧୫.୦୯ .୨୦୨୧:  ପ୍ରକାଶ ପାଇଛି ଚଳିତ ଥରର ଜେଇଇ ମେନ୍ ପରୀକ୍ଷା ଫଳ। ନାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ପରୀକ୍ଷାରେ ଏଥର ସର୍ବଭାରତୀୟ ସ୍ତରରେ ପ୍ରଥମ ରାଙ୍କରେ ୧୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ୪୪ ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ମାର୍କ ଆଣିଛନ୍ତି। ପରୀକ୍ଷାର୍ଥୀ ନିଜ ରାଙ୍କ NTA ୱେବସାଇଟ୍  jeemain.nta.nic.inରେ ଦେଖିପାରିବେ। ସର୍ବଭାରତୀୟ ସ୍ତରରେ ସିଧାସଳଖ ଇଞ୍ଜିନିୟରିଂ ପାଠକ୍ରମରେ ଛାତ୍ରଛାତ୍ରୀ ଆଡମିଶନ୍ ଏହାଦ୍ୱାରା କରିପାରିବେ। ଗତ ମାସ ୨୬, ୨୭, ୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସାରା ଦେଶରେ ଅନୁଷ୍ଠିତ ହୋଇଥିଲା ଏହି ପରୀକ୍ଷା।  ଦେଶର ପ୍ରାୟ ୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ରାଜ୍ୟର ପ୍ରାୟ ଲକ୍ଷେ ଛାତ୍ରଛାତ୍ରୀ ଅଛନ୍ତି। ଚଳିତବର୍ଷ ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ ଅନୁଷ୍ଠିତ ହୋଇଥିଲା। ୪ଟି ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଗ୍ରହଣ କରାଯାଇଛି। କରୋନା ଯୋଗୁଁ ପରିସ୍ଥିତିକୁ ଧ୍ୟାନରେ ରଖି  JEE-ମେନ୍ ପରୀକ୍ଷା ଚଳିତ ବର୍ଷ ଚାରିଥର କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାର ସୁଯୋଗ ଦେଇଥିଲା । ଫେବୃଆରୀ ଏବଂ ମାର୍ଚ୍ଚରେ ଦୁଇଥର ପରୀକ୍ଷା କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୨୦-୨୫ରେ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ୨୬ ଅଗଷ୍ଟରୁ ସେପ୍ଟେମ୍ବର ୨ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ, ଚାରି ପର୍ଯ୍ୟାୟ ପରୀକ୍ଷା ପରେ ଶେଷରେ ପ୍ରାର୍ଥୀଙ୍କ ରାଙ୍କ ଘୋଷଣା କରାଯାଇଛି।

Exit mobile version