

ସତ୍ୟଶିଖା(ଭୁବନେଶ୍ୱର )୨୦.୦୯ . ୨୦୨୨: ଏବେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଭୁବନେଶ୍ୱର ସାଲିଆସହିରେ କମିଶନରେଟ୍ ପୋଲିସ୍ ବଡ ଧରଣର ଚଢଉ କରିଛି । ପାର୍ବଣକୁ ଦୃଷ୍ଟିରେ ରଖି ସାଲିଆସାହିରେ ଚୋରା ଦେଶୀ ମଦ କାରବାର ହେଉଥିବାରୁ ଏହି ଚଢାଉ କରାଯାଉଛି । ଚଢଉରେ ଡିସିପି ପ୍ରତୀକ ସିଂ ଓ ସ୍ୱତନ୍ତ୍ର ସ୍ୱାର୍ଡ ସାମିଲ ହୋଇଛନ୍ତି ।
ସାଲିଆସାହି ବସ୍ତିର ଏକାଧିକ ଘରକୁ ପୋଲିସ୍ ଟାର୍ଗେଟ କରିଛି । ନିଶା ତିଆରି କରାଯାଉଥିବା ଘରେ ପୋଲିସ୍ ରେଡ୍ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିବା ସହ ମଦ ତିଆରି ପାଇଁ ବ୍ୟବହାର ହେଉଥିବା କଂଚାମାଲକୁ ମଧ୍ୟ ରେଡ୍ କରିଛି । ତିଆରି ହେଉଥିବା ଦେଶୀ ମଦରେ ପ୍ରବଳ ପରିମାଣରେ ଅପମିଶ୍ରଣ ମିଶାାଯାଉଛି ବୋଲି ସୂଚନା ମିଳିଛି ।
ମଦ ତିଆରି କରୁଥିବା କରୁଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ମଦ ତିଆରି ପାଇଁ ସେମାନେ ଭାତ ଭଳି ରାନ୍ଧନ୍ତି ଓ ତିନି ଦିନ ରଖି ମଦ ପ୍ରସ୍ତୁତ କରନ୍ତି । ଏନେଇ ଡିସିପି କହିଛନ୍ତି, ପାର୍ବଣ ଋତୁକୁ ସ୍ପେଶାଲ ଡ୍ରାଇଭ ଚାଲିଛି । ୨ବର୍ଷ ପରେ ପୂଜା ପାଳନ ହେଉଥିବାରୁ ଅସୁବିଧା ନହେବା ଲକ୍ଷ୍ୟ ରଖାଯାଇଛି । ସାଲିଆସାହିରେ ଅପମିଶ୍ରିତ କରି ତିଆରି କରାଯାଇଥିବାରୁ ତାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ଯେଉଁସବୁ ଘରେ ରେଡ୍ ହେଉଛି ଭାଙ୍ଗିବାେ ପାଇଁ ବିଏମସିକୁ ଲେଖିବୁ ।