ଅପରାଧଦେଶ

ଶ୍ରୀନଗରରେ ଯବାନ-ଆତଙ୍କବାଦୀ ଗୁଳିବିନିମୟ,୨ ଆତଙ୍କବାଦୀ ନିହତ

ସତ୍ୟଶିଖା(ଶ୍ରୀନଗର) ୧୭ .୦୫.୨୦୨୧: ଶ୍ରୀନଗରର ଖଶନମୋହ ଅଞ୍ଚଳରେ ସୋମବାର ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ସୂଚନା ଅନୁସାରେ, ନିହତ ହୋଇଥିବା ଦୁଇ ଆତଙ୍କବାଦୀ ଅଲ୍‌-ବଡର ଆତଙ୍କବାଦୀ ସଂଗଠନର। ଖାନମୋହ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବା ଖବର ମିଳିବା ପ​‌ରେ ଜାମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ସହିତ ଯବାନମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା।

Show More
Back to top button