ଦେଶନ୍ୟୁଜ୍ବିଦେଶ

ଜାପାନ ନିର୍ମାଣ କଲା ସବୁଠାରୁ ଘାତକ ଯୁଦ୍ଧ ବିମାନ

ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୦୧/୨୦୨୧ : ଦୀର୍ଘ ଦିନ ଧରି ଚୀନ୍ ଓ ଜାପାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଜାପାନ ଉଦ୍ୟମ ଜାରି ରଖିଥିଲା । ତେବେ ଏହାର ଫଳସ୍ଵରୂପ ଜାପାନ ଏବେ ବିଶ୍ୱର ସବୁଠୁ ଘାତକ ଯୁଦ୍ଧ ବିମାନ ନିର୍ମାଣ କରିପାରିବା ଘଟଣା ହିଁ ଚୀନ୍‌ ସମେତ ବିଶ୍ୱସ୍ତରୀୟ ସାମରିକ ବିଶେଷଜ୍ଞ ଓ କୂଟନୀତିଜ୍ଞମାନଙ୍କୁ ବିସ୍ମିତ କରିଛି । ଆମେରିକାର ପ୍ରସିଦ୍ଧ ଶସ୍ତ୍ରନିର୍ମାତା ଲକ୍‌ହିଡ୍‌ ମାର୍ଟିନ୍‌ ଦ୍ୱାରା ଏହି ଏଫ୍‌-ଏକ୍ସ ନାମକ ଯୁଦ୍ଧ ବିମାନ ନିର୍ମିତ ହୋଇଛି ।

ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ନିର୍ମିତ ହୋଇଥିବା ଯେ କୌଣସି ଯୁଦ୍ଧ ବିମାନ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଶ୍ରେଷ୍ଠ ବୋଲି ବିଚାର କରାଯାଉଛି । ଏହା ଏକା ସାଙ୍ଗରେ ୬ ପ୍ରକାର ଯୁଦ୍ଧାସ୍ତ୍ର ବହନ କରିପାରିବ । ଏପରିକି କୌଣସି ଯୁଦ୍ଧ ସମୟରେ ଏହା ଆମେରିକା ଓ ଜାପାନ ସେନା ମଧ୍ୟରେ ସୂଚନା ଆଦାନପ୍ରଦାନ କରିପାରିବ ବୋଲି କୁହାଯାଉଛି । ଆମେରିକାର ଏଫ୍‌-୩୫ ଯୁଦ୍ଧବିମାନ ଅପେକ୍ଷା ଅଧିକ ବିପଜ୍ଜନକ ଓ ସାଂଘାତିକ ହୋଇଥିବା ଏହି ଏଫ୍‌-ଏକ୍ସ ବିମାନ ସମ୍ମୁଖ ଭାଗରୁ ମାଡ଼ି ଆସୁଥିବା ପ୍ରତିପକ୍ଷର କ୍ଷେପଣାସ୍ତ୍ରଗୁଡ଼ିକୁ ନିମିଷକେ ଉଡ଼ାଇଦେଇ ପାରିବ । ଏହାର ସବୁଠୁ ବଡ଼ ବୈଶିଷ୍ଟ୍ୟ ହେଲା, ଏଥିରେ ଖଚିତ ମାଇକ୍ରୋୱେଭ୍‌ ଯୁଦ୍ଧାସ୍ତ୍ର ଜ୍ଞାନକୌଶଳ ଶତ୍ରୁପକ୍ଷକୁ କେଇ ମିନିଟରେ ଧ୍ବଂସ କରିପାରିବାର କ୍ଷମତା ରଖିଛି ।

Show More
Back to top button