ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୦୨/୨୦୨୧ : ଜାନୁଆରୀ ୨୬ ତାରିଖ ଦିନ ଲାଲକିଲ୍ଲାଠାରେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ସହ ଜଡ଼ିତ ୮ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଲେ ଏଥିପାଇଁ ପୁରସ୍କାର ପ୍ରଦାନ କରାଯିବା ବିଷୟ ଦିଲ୍ଲୀ ପୁଲିସ୍ ଘୋଷଣା କରିଛି । ଦୀପ୍ ସିଦ୍ଧୁ, ଯୁଗରାଜ ସିଂହ, ଗୁରୁଜୋତ ସିଂହ ଓ ଗୁରୁଜନ୍ତ ସିଂହଙ୍କ ସମ୍ବନ୍ଧରେ ତଥ୍ୟ ଦେଲେ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବାକୁ ଦିଲ୍ଲୀ ପୋଲିସ୍ ଘୋଷଣା କରିଛି ।
ଜାନୁଆରୀ ୨୬ ଲାଲକିଲ୍ଲା ଓ ଦିଲ୍ଲୀରେ ହିଂସାକାଣ୍ଡ ଘଟଣା : ପୁରସ୍କାର ଘୋଷଣା କଲା ଦିଲ୍ଲୀ ପୁଲିସ
