
ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୦୨/୨୦୨୧ : ଜାନୁଆରୀ ୨୬ ତାରିଖ ଦିନ ଲାଲକିଲ୍ଲାଠାରେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ସହ ଜଡ଼ିତ ୮ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଲେ ଏଥିପାଇଁ ପୁରସ୍କାର ପ୍ରଦାନ କରାଯିବା ବିଷୟ ଦିଲ୍ଲୀ ପୁଲିସ୍ ଘୋଷଣା କରିଛି । ଦୀପ୍ ସିଦ୍ଧୁ, ଯୁଗରାଜ ସିଂହ, ଗୁରୁଜୋତ ସିଂହ ଓ ଗୁରୁଜନ୍ତ ସିଂହଙ୍କ ସମ୍ବନ୍ଧରେ ତଥ୍ୟ ଦେଲେ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବାକୁ ଦିଲ୍ଲୀ ପୋଲିସ୍ ଘୋଷଣା କରିଛି ।ତା’ଛଡ଼ା ଜଜବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଓ ଇକବାଲ ସିଂହ ସମ୍ବନ୍ଧରେ ସୂଚନା ପ୍ରଦାନ କରିଲେ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ମଧ୍ୟ ଦିଲ୍ଲୀ ପୁଲିସ୍ ଘୋଷଣା କରିଛି । ଲାଲକିଲ୍ଲା ହିଂସାକାଣ୍ଡ ଓ ଦିଲ୍ଲୀର ଅନ୍ୟାନ୍ୟ ଭାଗରେ ଘଟିଥିବା ଘଟଣା ଉପରେ ମୋଟ୍ ୪୪ଟି ମାମଲା ରୁଜୁ କରାଯାଇଛି । ପୁଲିସ କହିଛି ମୋଟ୍ ୧୨୩ ଜଣ ଲୋକଙ୍କୁ ଗିରଫ କରାଯାଇଛି । ହିଂସାକାଣ୍ଡ ଘଟଣାରେ ୫ଶହରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ହିଂସାକାଣ୍ଡ ଘଟଣାର ତଦନ୍ତ କରିବାକୁ ଦିଲ୍ଲୀ ପୋଲିସ୍ ଏକ ଝଓଞ ଗଠନ କରିଛି ।