

ସତ୍ୟଶିଖା( ପୁରୀ)୨୧.୦୩.୨୦୨୨ : ଶ୍ରୀମନ୍ଦିର ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାର ଏବେ ଗୋଟିଏ ପରେ ଗୋଟିଏ ଖିଅ ଖୋଲିବାରେ ଲାଗିଛି । ଆଜି ପୁରୀ ଏସ୍ପି ଡ. କନୱର ବିଶାଲ୍ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ହତ୍ୟାକାରୀଙ୍କ ସମ୍ପର୍କରେ ସୂଚନା ଦେଇଥିବା ବେଳେ ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି । ଗୁଳିକରି ହତ୍ୟା ଘଟଣାର ମୁଖ୍ୟ ପୁରୋଧା ଦୋଳଗୋବିନ୍ଦ ଏବଂ କାଳିଆ ସିଂହାରୀ ହୋଇଥିବା ବେଳେ ମର୍ଡର୍ ପାଇଁ ୩୦ ଲକ୍ଷରେ ଡିଲ୍ ହୋଇଥିଲା । ତେବେ ଏମାନେ ଗତ ୧୬ ତାରିଖରେ ମଧ୍ୟ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ । ଏତଲା ଅନୁଯାୟୀ ବାବା ମହାପାତ୍ର ଘଟଣାସ୍ଥଳରେ ଥିବାରୁ ତାକୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରୁ ଗୁନ ସିଂହାରୀ ମଧ୍ୟ ଏଥିରେ ଜଡ଼ିତ ଥିବା ସୂଚନା ମିଳିଛି । କାଳୁ ପାଣିଗ୍ରାହୀ, ମୁନା ପାତ୍ର, ସନ୍ଦୀପ ଜେନା, ବାବା ମହାପାତ୍ରଙ୍କ ଉପରେ ପୁଲିସ୍ର କଡ଼ା ନଜର ରହିଛି । ସେପଟେ ଦୋଳଗୋବିନ୍ଦ ଏବଂ କାଳିଆ ସିଂହାରୀ ଏହାର ମୁଖ୍ୟ ପୁରୋଧା ହୋଇଥିବା ବେଳେ କାଳୁ ପାଣିଗ୍ରାହୀକୁ ମର୍ଡର୍ ପ୍ଲାନ୍ ପାଇଁ କହିଥିଲେ ଏବଂ ଏକ ଲଜ୍ରେ ଏନେଇ ବସିଥିଲା ବୈଠକ । ପ୍ରତିଶୋଧ ପରାୟଣ ହୋଇ କିମ୍ବା ପୂର୍ବ ଶତ୍ରୁତାକୁ ନେଇ ଏହି କାଣ୍ଡ ଘଟିଥିବା ପୁଲିସ୍ ସୂଚନା ଦେଇଛି । ବର୍ତ୍ତମାନ ଏଥିରେ ୯ଜଣ ଜଡ଼ିତ ଥିବା ପୁଲିସ୍ ସୂଚନା ପାଇଛି । ଫାୟାରିଂ କରିଥିବା ୩ ଜଣଙ୍କୁ ପୁଲିସ୍ ଧରିବାରେ ସଫଳ ହୋଇଛି ।