ଦେଶନ୍ୟୁଜ୍

ଜାମ୍ମୁ କାଶ୍ମୀର ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା l

ସତ୍ୟଶିଖା ( ଜାମ୍ମୁ କାଶ୍ମୀର ) ୦୬.୦୮.୨୦୨୦ :   ଜାମ୍ମୁ କାଶ୍ମୀର ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ବୁଧବାର କେନ୍ଦ୍ର ସରକାରଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ସୂଚନାନୁସାରେ, ଜିସି ମୁର୍ମୁ ବୁଧବାର ସନ୍ଧ୍ୟାରେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଜିସି ମୁର୍ମୁ ବର୍ତ୍ତମାନ ଜାମ୍ମୁରେ ଅଛନ୍ତି ଏବଂ ଆଜି ଦିଲ୍ଲୀ ଯିବେ ।

ଜିସି ମୁର୍ମୁ ଅକ୍ଟୋବର 31, 2019 ରେ ଜାମ୍ମୁ କାଶ୍ମୀରର ପ୍ରଥମ LG ଭାବରେ ଦାୟିତ୍ୱ  ଗ୍ରହଣ କରିଥିଲେ । ସେ ଗୁଜୁରାଟ କ୍ୟାଡରର 1985 ବ୍ୟାଚ୍ IAS ଅଧିକାରୀ  । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ଜିସି ମୁର୍ମୁ ତାଙ୍କର ମୁଖ୍ୟ ସଚିବ ଥିଲେ । ଏଠି କହିରଖୁଛୁ  ଯେ ଜାମ୍ମୁ କାଶ୍ମୀର 31 ଅକ୍ଟୋବରରେ ଏକ  କେନ୍ଦ୍ର ଶାସିତ ପ୍ରଦେଶ  ହୋଇଗଲା  । ଗିରିଶ ଚନ୍ଦ୍ର ମୁର୍ମୁ ଏହାର ପ୍ରଥମ ଉପ- ରାଜ୍ୟପାଳ ହୋଇଥିଲେ ।

Show More
Back to top button