ନ୍ୟୁଜ୍ରାଜ୍ୟ

ବିପଦ ସଙ୍କେତ ଉପରେ ଜଳକା ନଦୀ

ସତ୍ୟଶିଖା( ଜଳେଶ୍ୱର )୧୧.୦୮ . ୨୦୨୨:  ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବସ୍ତା ବ୍ଲକ୍‌ର ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫ ମିଟର ରହିଛି। ଆଜି ସକାଳ ୮ଟାମଧ୍ୟରେ  ୬.୨୮ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି।

ଫଳରେ  ବାହାର୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗଡିଆ, ଚକୁରାଇ, ଦରିଡା, ଗଡ଼ିପଦା ଓ ରାଉତପଡା ସମେତ ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି। ଜଳସମ୍ପଦ ବିଭାଗ ମଧ୍ୟ ଦୁର୍ବଳ ନଦୀ ବନ୍ଧ ମରାମତି ପାଇଁ ବାଲି ବସ୍ତା ରଖିଛି।।ପ୍ରଶାସନ ମଧ୍ୟ ସଜାଗ ରହିଛି।

ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ୧୩  ଓ ୧୪ ତାରିଖରେ ପ୍ରବଳ ବର୍ଷା  ହେବାର ସମ୍ଭବନା ରହିଛି। ରାଜ୍ୟ ସାରା ବର୍ଷା ଲାଗି ରହିବା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷା ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳୁଆ ଅଞ୍ଚଳରେ ପାଣି ଜମିବା ଭଳି ସ୍ଥିତି ଉପୁଜିପାରେ।

Show More
Back to top button