ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

ସତ୍ୟଶିଖା(ଜୟପୁର ) ୩୦.୧୨.୨୦୨୧: ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ତଥା ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କୋରାପୁଟ ଜିଲ୍ଲା ଜୟପୁର ସହର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ  ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା ଦେଇଛି ଜୟପୁର ବିଜେପି।

ଗତ ୨୪ ତାରିଖ ରାତିରେ ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ ମାମଲାର ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ବିଜେପି ଏହି ବନ୍ଦ ଡାକରା ଦେଇଛି ।  ଏଥିଯୋଗୁ ଜୟପୁର ସହରର ଦୋକାନ ବଜାର ବନ୍ଦ ରହିବା ସହ ଯାତାୟତ ମଧ୍ୟ ବନ୍ଦ ରହିଛି ।

ଏହି ଦୁଷ୍କର୍ମ ଘଟଣା ପ୍ରଚାରିତ ହେବା ପରେ ଜିଲ୍ଲା ବିଜେପି ଓ କଂଗ୍ରେସର ନେତା ଓ କର୍ମୀ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ  । ଏପରିକି ବିଜେପି ପକ୍ଷରୁ ବ୍ରାହ୍ମଣୀଗାଁ ଛକରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ସେପଟେ ଏହି ଘଟଣାକୁ ନେଇ ଅତିରିକ୍ତ ଏସ୍‌ପିଙ୍କ  ନେତୃତ୍ୱରେ ଏକ ଟିମ୍‌  ତଦନ୍ତ ଜାରି ରଖିଛି।

Exit mobile version