ମନୋରଞ୍ଜନସିନେମା

ଆୟେଶା ଟାକିଆ @ ୩୫

ସତ୍ୟଶିଖା(ମୁମ୍ବାଇ) ୧୦.୦୪.୨୦୨୧:  ବଲିଉଡ୍ ଅଭିନେତ୍ରୀ ଆୟେଶା ଟାକିଆ ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ୧୩ ବର୍ଷ ବୟସରେ ଆୟେଶା ମଡେଲିଂ ଦୁନିଆରେ ପାଦ ଦେଇଥିଲେ । ସେ ଅନେକ ବିଜ୍ଞାପନରେ କାମ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ​​। ସାହିଦ କପୁରଙ୍କ ସହ ସେ କମ୍ପ୍ଲାନ୍ ର ବିଜ୍ଞାପନ କରିଥିଲେ । ଯାହା ପରେ ସେ ‘କମ୍ପ୍ଲାନ୍ ଗର୍ଲ’ ଭାବରେ ଫେମସ୍ ହୋଇଗଲେ । ୯୦ ଦଶକରେ ଆୟେଶା ଅନେକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ । ଫାଲଗୁନି ପଠକଙ୍କ ଗୀତ ‘ମେରୀ ଚୁନର ଉଡ ଉଡ ଯାଏ’ରେ ଆୟେଶାଙ୍କୁ ଦେଖିବାକୁ ମିଳିଥିଲା । ଏହି ଗୀତଟି ଖୁବ୍ ହିଟ୍ ହୋଇଥିଲା ଏବଂ ତାଙ୍କୁ ବହୁତ ପସନ୍ଦ କରାଯାଉଥିଲା । ଏହା ପରେ ସେ ମ୍ୟୁଜିକ୍ ଭିଡିଓ ନେହିଁ ନେହିଁ ଅଭି ନେହିଁରେ ମଧ୍ୟ ଅଭିନୟ କରିଥିଲେ ।

Show More
Back to top button