ପାକିସ୍ତାନର କରାଚି ସହରରେ ଗୁଞ୍ଜି ଉଠିଲା ଜୟ ଶ୍ରୀରାମ।

ସତ୍ୟଶିଖା ୧୪/୦୭/୨୦୨୫: ପାକିସ୍ତାନରେ ରାମାୟଣ ନାଟକୁ ବେଶ ସକରାତ୍ମକ ପ୍ରତିକ୍ରିୟା ମିଳିଛି। ଅନେକ ସମୀକ୍ଷକ ଏହାର ନିର୍ମାଣ ଓ କଳାକାରଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି। ନାଟକରେ ସୀତା ଭୁମିକାରେ ଅଭିନୟ କରିଛନ୍ତି  ରାଣା କାଜମୀ। ସେ କହିଛନ୍ତି ଏହି ପ୍ରାଚୀନ କଥା ସହ ଜଡ଼ିତ ହୋଇ ଖୁସି। ଜନତାଙ୍କ ସାମ୍ନାରେ ଏହାର ପରିବେଷଣ କରି ଆମେ ସମସ୍ତେ ରୋମାଞ୍ଚିତ ହୋଇ ଉଠିଛୁ। ରାମାୟଣ ଏମିତି ଏକ କାହାଣୀ ଲକ୍ଷାଧିକ ଲୋକଙ୍କ ସହ ଜଡିତ।ପାକିସ୍ତାନରେ କଳା ଓ ଫିଲ୍ମ ସମୀକ୍ଷକ ଓମେର ଅଲଭି କହିଛନ୍ତି, କାହାଣୀ ବହୁତ ପ୍ରଭାବିତ ହୋଇଛି। ରାମାୟଣ ପରିବେଷଣ ସମୟରେ ଲାଇଟର ବ୍ୟବସ୍ଥା, ସଙ୍ଗୀତ, କଳାକାରଙ୍କ ପୋଷାକ ପରିଧାନ ଓ ଭାବପୂର୍ଣ୍ଣ ଡିଜାଇନ ଶୋକୁ ଆହୁରି ଭବ୍ୟ କରିଛି। ରାମାୟଣ ଏମିତି ଏକ କାହାଣୀ ଯାହା ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କ ଭାବନା ସହ ଜଡ଼ିତ। ପାକିସ୍ତାନୀଙ୍କୁ ମଧ୍ୟ ରାମାୟଣ ବେଶ ପ୍ରଭାବିତ କରିଛି।

ପାକିସ୍ତାନରେ   ସର୍ବଦା ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରସଙ୍ଗ ଉଠି ଆସିଛି ସେଠି ରାମାୟଣକୁ ନେଇ ଏମିତି ଭାବପ୍ରବଣତା ଦେଖିବା ଭାରତୀୟଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।  କରାଚିରେ ପରିବେଷିତ ରାମାୟଣର ନିର୍ଦ୍ଦେଶନା ଦେଇଛନ୍ତି ଯୋଗେଶ୍ଵର କରେରା। ସେ କହିଛନ୍ତି ମୋତେ କେବେ ହୃଦବୋଧ ହୋଇନି ଯେ ପାକିସ୍ତାନରେ ରାମାୟଣ ମଞ୍ଚସ୍ଥ କଲେ ମୋତେ ଲୋକେ ନାପସନ୍ଦ କରିବେ। ରାମାୟଣକୁ ନେଇ ତାଙ୍କୁ କୌଣସି ପ୍ରକାରର ଧମକ ବି ମିଳିନି। ବଦଳରେ ଆଗାମୀ ସମୟରେ ଏମିତି ଆହୁରି ନାଟକ ମଞ୍ଚସ୍ଥ କରିବାକୁ ଲୋକେ ଦାବି କଲେଣି।ମଞ୍ଚରେ ପରିବେଷିତ ହେଲା ଭାରତର ମହାକାବ୍ୟ ରାମାୟଣ। ପ୍ରତିଟି ଦୃଶ୍ୟ ଦେଖି ବିମୋହିତ ପାକିସ୍ତାନୀ। ପାକିସ୍ତାନୀ ନାଟକ ଗ୍ରୁପର ଅଭିନୟକୁ ଚାରିଆଡ଼େ କରାଯାଉଛି ପ୍ରଶଂସା। ରବିବାର  କରାଚି ଆର୍ଟସ କାଉନସିଲରେ କଳାକାରଙ୍କ ଦ୍ଵାରା ପରିବେଷିତ ହୋଇଛି ରାମାୟଣ। କରାଚିର ମୌଜ ଗ୍ରୁପ ପକ୍ଷରୁ ଏଆଇର ବ୍ୟବହାର କରାଯାଇ ରାମାୟଣର କରାଯାଇଛି ମଞ୍ଚସ୍ଥ। ନାଟକ ଦେଖିଥିବା ପ୍ରତିଟି ଲୋକ ଏହାର ଭୁରି ଭୁରି ପ୍ରଶଂସା କରିଛନ୍ତି । ଭାରତରେ ପ୍ରଥମ ଥର ୧୯୮୭ରେ ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ରାମାୟଣ ଧାରାବାହିକ ପ୍ରସାରିତ ହୋଇଥିଲା। ଅନେକ ନିର୍ଦ୍ଦେଶକଙ୍କ ଦ୍ଵାରା ବଡ଼ ପରଦାରେ ରାମାୟଣ ରିଲିଜ୍ ହୋଇ ସାରିଛି। ଏବେ ଭାରତରେ ନିତେଶ ତିଓ୍ଵାରୀଙ୍କ ନିର୍ଦ୍ଦେଶିତ ରାମାୟଣକୁ ନେଇ ଚର୍ଚ୍ଚା ଜୋର ଧରିଛି।

Exit mobile version