ସତ୍ୟଶିଖା ( ପୁରୀ ) ୨୪ /୧୧ /୨୦୨୧: ଆଜି ଶ୍ରୀମନ୍ଦିରେ ଅପରାହ୍ନରୁ ୪ ଘଣ୍ଟା ପାଇଁ ଭକ୍ତଙ୍କ ନିମନ୍ତେ ଜଗା ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସିଂହାର ନୀତି ପାଇଁ ବନ୍ଦ ରହିବ ଜଗା ଦର୍ଶନ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଜଗା ଦର୍ଶନ ଉପରେ ଲାଗିବ ପ୍ରତିବନ୍ଧକ। ସେପଟେ ଆଜି ପୁରୀରେ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ମୁଖ୍ୟମନ୍ତ୍ରୀ। ଦିନ ୧୦.୪୫ରୁ ୧୧ଟା ଭିତରେ ପୂର୍ଣ୍ଣାହୁତି ଦିଆଯିବ। ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଶୁଭ ଦିଆଯିବ।
ଗତ ରବିବାର ଗଜପତି ମହାରାଜ ଶ୍ରୀ ରାଜନଅରରେ ଗୁଆ ଟେକ ଦେଇଥିଲେ। ପରେ ଯଜ୍ଞ ଆରମ୍ଭ ନେଇ ରାଜଗୁରୁଙ୍କୁ ଆଚାର୍ଯ୍ୟ ବରଣ କରିଥିଲେ । ଗଜପତି ମହାରାଜ ରାଜନଅରରେ ଗୁଆ ଟେକିବା ପରେ ଯଜ୍ଞ ଆରମ୍ଭ ହୋଇଥିଲା। ଶାଲ ଅଧିବାସ ମଣ୍ଡଳ ପରେ ଅଙ୍କୁରାରୋପଣ କରାଯାଇଥିଲା । ଯଜ୍ଞ ନିମନ୍ତେ ୩୩ ଜଣ ସୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଥିଲା ।