ଅପରାଧନ୍ୟୁଜ୍ରାଜ୍ୟ

ରାସ୍ତାକଡରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର

ସତ୍ୟଶିଖା (ଯାଜପୁର) ୨୭/୦୧/୨୦୨୧ : ରାସ୍ତାକଡରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କୁ ଦୁଇ ଜଣ ଯୁବକ ଫିଙ୍ଗିଦେଇ ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ବୁଧବାର ସକାଳ ୯ଟା ବେଳେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ଏକ ସ୍କୁଟିରେ ନେଉଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିବାକୁ ପାଇଥିଲେ । ପରେ ଉକ୍ତ ରାସ୍ତା କଡରେ ଯୁବତୀଙ୍କ ମୃତଦେହ ପଡିଥିବାର ଖବର ଆସିଥିଲା । ତେବେ ଯୁବତୀଙ୍କ ମୃତଦେହ ପାଖରେ ବ୍ୟାଗ୍ ପଡିଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ । କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ, ତାଙ୍କ ମୃତ୍ୟୁ କିପରି ହୋଇଛି ତାର ମଧ୍ୟ  ସୂଚନା ମିଳିପାରିନାହିଁ ।

Show More
Back to top button