

ସତ୍ୟଶିଖା (ଭୁବନେଶ୍ୱର)୧୭.୦୧.୨୦୨୨: ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଜାନୁଆରୀ ୧ ତାରିଖୁ ଆଜି ଯାଏଁ ତିନି ଶହ କର୍ମଚାରୀ କରୋନା ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ଆଜିଠାରୁ ଓପିଡି ବନ୍ଦ ରହିବ । ଏନେଇ ମେଡିକାଲ ସୁପରିଟେଣ୍ଡେଟ୍ ସୂଚନା ଦେଇଛନ୍ତି । ଏଥିସହ ଆଗକୁ ସର୍ଜରୀ ବିଭାଗକୁ ବନ୍ଦ କରାଯିବ । ନିହାତି ଜରୁରୀ ନଥିବା ରୋଗୀଙ୍କୁ ହସ୍ପିଟାଲ ଆସିବାକୁ ବାରଣ କରାଯାଇଛି । ଗୁରୁତରଙ୍କୁ ଟିକାକରଣର ସାର୍ଟିଫିକେଟ୍ ଦେଖାଇ ପ୍ରବେଶ କରାଯିବ ।
ତେବେ ଏମ୍ସର ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ କୋଭିଡ ହେବା ପରେ ଓପିଡି ସେବାକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ କୁହାଯାଇଛି । ଏହାସହିତ ଜରୁରୀ ସର୍ଜରୀ ପାଇଁ ଥିବା ରୋଗୀଙ୍କୁ କରୋନା ନିୟମ ମାନି ତାଙ୍କର ଅପରେସନ କରାଯିବ । ମାତ୍ର କୋଭିଡ ପାଇଁ ରୋଗୀଙ୍କ ସେବାରେ ଅବହେଳା ହେବ ନାହିଁ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରି ଜରୁରୀ ଥିଲେ ହସ୍ପିଟାଲକୁ ଆସନ୍ତୁ ବୋଲି ମେଡିକାଲ ସୁପରିଟେଣ୍ଡେଟ କହିଛନ୍ତି ।