

ସତ୍ୟଶିଖା (ଭୁବନେଶ୍ୱର) ୩୦/୦୯/୨୦୨୦: ଆଜିଠାରୁ ଅକ୍ଟୋବର ୨ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡର ସମ୍ଭାବନା ରହିଛି । ଏଥିପାଇଁ ୩ ଦି ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଏହାସହ ବିପଦ ଥିବା ଜିଲ୍ଲାଗୁଡିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସହ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲାରେ ଘୂର୍ଣ୍ଣିଝଡ ସହ ବଜ୍ରପାତର ସମ୍ଭାବନା ରହିଛି ।
ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ ରାଜଧାନୀରେ ଅଧରାତିରୁ ବର୍ଷା ଲାଗି ରହିଛି ।