କୋଲ୍ଡ ଡ୍ରିଙ୍କ ବୋତଲରେ ପାଣି ଫ୍ରିଜରେ ରଖି ପିଇଲେ କ୍ଷତିକାରକ

ସତ୍ୟଶିଖା(ଭୁବନେଶ୍ୱର) ୦୭.୦୪.୨୦୨୧: ସାଧାରଣତଃ କୋଲ୍ଡ ଡ୍ରିଙ୍କ ବୋତଲରେ ପାଣି ରଖି ପିଇବାକୁ ଅନେକ ପସନ୍ଦ କରନ୍ତି। କେତେକ ଖରାଦିନେ ଏହାକୁ ଫ୍ରିଜରେ ରଖନ୍ତି। ଆଉ ଥଣ୍ଡା ପାଣି ପିଆନ୍ତି। କିନ୍ତୁ ଏହି ଅଭ୍ୟାସ ଆଦୌ ଭଲ ନୁହେଁ। ଏପରି କରିବା ଶରୀର ପାଇଁ କ୍ଷତିକାରକ।

ମନେ ରଖିବା ଉଚିତ କୋଲ୍ଡଡ୍ରିଙ୍କ ଓ ମିନେରାଲ ୱାଟର ବୋତଲ ମାତ୍ର ଗୋଟିଏ ଥର ବ୍ୟବହାର କରିବେ। ଏହାକୁ ପାଖରେ ନରଖି ଫିଙ୍ଗି ଦିଅନ୍ତୁ। କାରଣ ପ୍ଲାଷ୍ଟିକ ବୋତଲକୁ ଅଧିକ ଦିନ ବ୍ୟବହାର କରିବା କ୍ଷତିକାରକ ହୋଇପାରେ। ପ୍ଲାଷ୍ଟିକ ବୋତଳରେ ପାଣି ପିଇବା ଦ୍ଵାରା ଫ୍ଲୋରାଇଡ ଓ ଆର୍ସେନିକ ଭଳି ତତ୍ତ୍ଵ ସୃଷ୍ଟି ହୋଇଥାଏ। ଶରୀର ଉପରେ ଧୀରେ ଧୀରେ ଖରାପ ପ୍ରଭାବ ପକାଇଥାଏ।

ସେହିପରି ପ୍ଲାଷ୍ଟିକ ବୋତଲ ଭିତରେ ଥିବା ପାଣି ଗରମ୍ ହୋଇଗଲେ ସେଥିଲେ ଡାୟକ୍ସିନ୍ ସୃଷ୍ଟି ହୋଇଥାଏ। ଯାହାଫଳରେ କ୍ୟାନସର ହେବାର ବିପଦ ରହିଛି। ବିପିଏ ଅର୍ଥାତ ଏହି କେମିକାଲ ଶରୀରକୁ କ୍ଷତି କରିଥାଏ। ଡାଇବେଟିସ୍, ମେଦବହୁଳତା, ଗର୍ଭଧାରଣରେ ସମସ୍ୟା ଓ ରୋଗପ୍ରତିରୋଧ କ୍ଷମତା ନଷ୍ଟ ହେବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ।

Exit mobile version