ବଡ଼ ଦିନରେ ଚର୍ଚ୍ଚ ଯିବା ମନା

ସତ୍ୟଶିଖା : ୧୯.୧୨.୨୦୨୦ : ବଡ଼ ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତି l  ଘରେ ରହି ଉତ୍ସବ ପାଳନ କରିବାକୁ ପ୍ରଶାସନର ଅନୁରୋଧ l କନ୍ଧମାଳରେ ଡ଼ିସେମ୍ବର ୨୫ରେ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଯିବା ଉପରେ କଟକଣା ଜାରି କରାଯାଇଛି । ଚର୍ଚ୍ଚରେ ଲାଗିବ ନାହିଁ ଲାଇଟ କି ହେବନି ସାଜସଜା । କେବଳ ୧୫ ଜଣ ମଧ୍ୟରେ ଚର୍ଚ୍ଚ ରେ ବଡଦିନ ପାଳନ କରାଯିବ । ଘରେ ରହି ବଡ଼ ଦିନ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ଦିଆଯାଇଛି । କୋଭିଡ୍କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ବର୍ଷ କର ପର୍ବକୁ କୋରନା କଟକଣା ପାଇଁ ଚର୍ଚ୍ଚ ରେ ପାଳନ କରିପାରିବେ ନାହିଁ ଖ୍ରୀଷ୍ଟିୟାନ ଶ୍ରଦ୍ଧାଳୁମାନେ । କରୋନା କଟକଣା ପାଇଁ ପ୍ରଶାସନର ଏଭଳି ନିଷ୍ପତି ଖ୍ରୀଷ୍ଟିୟାନ ଶ୍ରଦ୍ଧାଳୁଙ୍କ  ମନରେ ଆଘାତ ଦେଇଛି । ଘରେ ରହି ଖ୍ରୀଷ୍ଟିୟ ଭାଇଭଉଣୀ ମାନେ କେକ ଓ ମିଠା ବାଂଟି ଏହି ଦିନକୁ ପାଳନ କରିବେ ।

Exit mobile version