ହୋଦେଦା ସହରର ବନ୍ଦର ଉପରେ ଇସ୍ରାଏଲ ଆକ୍ରମଣ କରିଛି।

ସତ୍ୟଶିଖା ୧୭/୦୯/୨୦୨୫: ହୋଦେଦା ପୋର୍ଟକୁ ହୁତି ଆତଙ୍କବାଦୀ ବ୍ୟବହାରରେ ଲଗାଉ ଥିଲେ। ଏଠାରେ ଇରାନ ଠାରୁ ଅସ୍ତ୍ରଶସ୍ତ୍ରକୁ ହୁତି ବିଦ୍ରୋହୀଙ୍କୁ ଟ୍ରାନ୍ସଫର କରାଯାଉ ଥିଲା। ଏହି ଅସ୍ତ୍ରଶସ୍ତ୍ରର ବ୍ୟବହାର ଇସ୍ରାଏଲ ଓ ଏହାର ସହଯୋଗୀ ଦେଶ ଉପରେ ଆକ୍ରମଣ ପାଇଁ କରାଯାଉ ଥିଲା।  ଅନ୍ୟପଟେ ୟାହ୍ୱା ସାରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ହୁତି ଏୟାର ଡିଫେନ୍ସ ଇସ୍ରାଏଲୀୟ ବିମାନ ଗୁଡ଼ିକ ପାଇଁ ବଡ଼ ଦ୍ୱନ୍ଦ୍ୱର କାରଣ ସାଜିଥିଲା। ଆକ୍ରମଣ କରିବା ପୂର୍ବରୁ ଏହା କିଛି ଫାଇଟର ବିମାନକୁ ୟେମେନୀ ଏୟାରସ୍ପେସ୍‌ ଛାଡ଼ିବାକୁ ବାଧ୍ୟ କରିଥିଲେ। ହୁତି ମୁଖପାତ୍ରଙ୍କ ମୁତାବିକ , ଏଥିରେ ଇସ୍ରାଏଲର ୟେମେନରେ ଅନୁପ୍ରବେଶର ଉଦ୍ଦେଶ୍ୟ ବିଫଳ ହୋଇଥିଲା।

ଏହି ଆକ୍ରମଣ ସେହି ସମୟରେ ହୋଇଛି , ଯେତେବେଳେ ଶହ ଶହ ଲୋକ ୩୧ ଜଣ ୟେମେନୀ ସାମ୍ୱାଦିକଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଉଥିଲେ। ଏହି ସାମ୍ୱାଦିକଙ୍କ ଗତ ସପ୍ତାହରେ ଇସ୍ରାଏଲୀୟ ବିମାନ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ୟେମେନର ରାଜଧାନୀ , ସନାରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କୁ ଲକ୍ଷ୍ୟ କରି କରାଯାଇ ଥିଲା।ବାସ୍ତବରେ ହୁତିମାନେ ଏକ ଡ୍ରୋନ୍‌ ହମଲା  କରିଥିଲେ ,ଯାହା ଇସ୍ରାଏଲର ଏୟାର ଡିଫେନ୍ସକୁ ଭେଦ କରି ଇସ୍ରାଏଲର ବିମାନ ବନ୍ଦର ସହ ଧକ୍କା ହୋଇଥିଲା। ଏଥିରେ କାଚର ଝରକା ଭାଙ୍ଗି ଯାଇଥିଲା ଏବଂ ଜଣେ ବ୍ୟକ୍ତି ଆହତ ହୋଇ ଥିଲେ।

ୟେମେନର ବିଦ୍ରୋହୀଙ୍କ କବଜାରେ ଥିବା ଉତ୍ତରୀ ଭାଗର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ରାଜଧାନୀ ସନାରେ ହୋଇଥିବା ଇସ୍ରାଏଲୀୟ ବିମାନ ଆକ୍ରମଣରେ ଅନେକ ଲୋକ ମରି ଯାଇଥିଲେ,ଯେଉଁଥିରେ ସାମ୍ୱାଦିକ ମଧ୍ୟ ସାମିଲ ଥିଲେ। ଆବାସିକ ଅଞ୍ଚଳ , ସାମରିକ ମୁଖ୍ୟାଳୟ ଏବଂ ଇନ୍ଧନ ଷ୍ଟେସନଗୁଡ଼ିକୁ ଟାର୍ଗେଟ୍‌ କରି ଏହି ଆକ୍ରମଣ କରାଯାଇ ଥିଲା। ହୁତି ବିଦ୍ରୋହୀଙ୍କ ଦ୍ୱାରା ପରିଚାଳିତ ‘ଅଲ୍‌-ମାସିରାହ’ ଟିଭି ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଅନେକ ଲୋକ ମସଜିଦ୍‌ ଭିତରେ ମୃତଦେହକୁ କଫିନ୍ ବୋହି ନେଉ ଥିବାର ଦେଖାଯାଇଛି।

Exit mobile version