ଇସ୍ରାଏଲ ଓ ପାଲେଷ୍ଟାଇନ ଘମାଘୋଟ ଲଢେଇ, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।ବାଲୁକାକଳା ମାଧ୍ୟମରେ ଶାନ୍ତି ପାଇଁ ପ୍ରାର୍ଥନା

ସତ୍ୟଶିଖା (ଭୁବନେଶ୍ୱର ) ୦୯.୧୦.୨୦୨୩ : ପୁରୀ ବେଳାଭୂମିରେ ଶାନ୍ତିର ବାର୍ତ୍ତା । ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ପାଲେଷ୍ଟାଇନ ଘମାଘୋଟ ଲଢେଇ ଜାରି ରହିଥିବା ବେଳେ ପୁରୀ ନୀଳାଦ୍ରି ବେଳାଭୂମିରେ SOLIDARY WITH HUMANITY ର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପାଲେଷ୍ଟାଇନର ସଂଗଠନ ହମାସ ଇସ୍ରାଏଲ ଉପରେ ଅତର୍କିତ ଭାବରେ ଘନଘନ ମିସାଇଲ ମାଡ଼ କରିବା ପରେ ଇସ୍ରାଏଲ ତରଫରୁ ଯୁଦ୍ଧ ଘୋଷଣା କରାଯାଇଛି । ଫଳରେ ଗଣହତ୍ୟା ଭଳି ଚିତ୍ର ସାମନାକୁ ଆସିଥିବା ବେଳେ ଉଭୟ ପକ୍ଷରୁ ଶତାଧିକ ଜୀବନ ଗଲାଣି ।

ଏଭଳି ଚିନ୍ତାଜନକ ପରିସ୍ଥିତିରେ ଦୁଃଖ ପ୍ରକାଶ କରିବା ସହ ଶାନ୍ତିର ବାର୍ତ୍ତା ଦେବାପାଇଁ ସୁଦର୍ଶନ ଖୁବ ସୁନ୍ଦର ଭାବରେ ବାଲୁକା କଳାଟି ଗଢିଛନ୍ତି । ଯେଉଁଥିରେ ସେ ସମଗ୍ର  ମାନବଜାତିକୁ ଏକଜୁଟର ବାର୍ତ୍ତା ଦେବା ସହ ବାଲୁକାକଳା ମାଧ୍ୟମରେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି। ପୁରୀ ବେଳାଭୂମିରେ ଦେଶ ବିଦେଶରୁ ଆସିଥିବା ଅନେକ ପର୍ଯ୍ୟଟକ ମଧ୍ୟ ଏହି ଶାନ୍ତି ପ୍ରାର୍ଥନାରେ ସାମିଲ ହୋଇଥିଲେ ।

 

Exit mobile version