ଖେଳଦେଶ

୬ଟି ସହରରେ ଏପ୍ରିଲ ୨ୟ ସପ୍ତାହରୁ ଆଇପିଏଲ

ସତ୍ୟଶିଖା(ମୁମ୍ବାଇ )୦୧.୦୩.୨୦୨ ୧:ବ୍ୟୟବହୁଳ କ୍ରିକେଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ-୨୦୨୧) ୧୪ ସଂସ୍କରଣ ଆସନ୍ତା ଏପ୍ରିଲ ୨ୟ ସପ୍ତାହ; ଅର୍ଥାତ ୧୧ରୁ ଜୁନ୍ ୬ ପର୍ଯ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି। ମ୍ୟାଚ ଆୟୋଜନ ନେଇ ବିସିସିଆଇ ପକ୍ଷରୁ ୬ଟି ସହର ମୁମ୍ବଇ, ଅହମ୍ମଦାବାଦ୍, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନଇ ଓ କଲକାତାକୁ ସମ୍ଭାବ୍ୟ ଆୟୋଜକ ସହର ଭ​‌ାବେ ଗ୍ରହଣ କରାଯାଇଛି। ହାଇଦରାବାଦ୍‌ କ୍ରିକେଟ ଆସୋସିଏସନ ମ୍ୟାଚ ଅୟୋଜନ ନେଇ ଅନିଚ୍ଛା ପ୍ରକାଶ କରିବାରୁ ଏହାକୁ ବାଦ୍ ଦିଆଯାଇଛି।
ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁମ୍ବଇରେ ମ୍ୟାଚ ଆୟୋଜନ ନେଇ ରାଜ୍ୟ ସରକାରଙ୍କ ଅନୁମତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ମହାରାଷ୍ଟ୍ର ସରକାର ୱାଙ୍ଖେଡ ଷ୍ଟାଡ଼ିୟମରେ ମ୍ୟାଚ ଖେଳାଯିବା ନେଇ ଅନୁମତି ପ୍ରଦାନ କରିବା ପରେ ଏଠାରେ ଏବେ ମ୍ୟାଚ ଖେଳାଯିବା ନେଇ ସ୍ପଷ୍ଟହୋଇଛି। ୱାଙ୍ଖେଡରେ ବିନା ଦର୍ଶକରେ ଖେଳାଯିବା ନେଇ ବିସିସିଆଇ ପକ୍ଷରୁ ଯୋଜନା ରହିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣେରେ ଖେଳାଯିବାକୁ ଥିବା ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ବିନା ଦର୍ଶକରେ ଆୟୋଜନ ନେଇ ବିସିସିଆଇ ନିଷ୍ପତ୍ତି ନେଇଛି। ଆବଶ୍ୟକ ପଡ଼ିଲେ ଆଇପିଏଲ ମ୍ୟାଚ କିଛି ଷ୍ଟାଡ଼ିୟମରେ ୫୦ ପ୍ରତିଶତ ଦର୍ଶକରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ଭେନ୍ୟୁ ନେଇ ବିଭିନ୍ନ ଫ୍ରାଞ୍ଚାଇଜିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଜୈବ ନିରାପତ୍ତା ବଳୟ ମଧ୍ୟରେ ମ୍ୟାଚ୍‌ ୬ଟି ସହରରେ ଖେଳାଯିବାକୁ ନେଇ ଏକାଧିକ ଫ୍ରାଞ୍ଚାଇଜି ଅସନ୍ତୁଷ୍ଟ ଥିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ବିସିସିଆଇର ଚୂଡ଼ାନ୍ତ ନିଷ୍ପତ୍ତିକୁ ଫ୍ରାଞ୍ଚାଇଜିମାନେ ଅପେକ୍ଷା କରିଛନ୍ତି। ବିସିସିଆଇ ପ୍ରଥମରୁ ମ୍ୟାଚ ମୁମ୍ବାଇ, ପୁଣେ ଓ ଅହମ୍ମଦାବାଦ୍‌ରେ ଆୟୋଜନ ନେଇ ଲକ୍ଷ୍ୟ ରଖିଥିଲା। ଏପରିକି ମୁମ୍ବାଇ ଓ ପୁଣେ​‌େ​‌ର ଲିଗ୍‌ ସହ ଅହମ୍ମଦାବାଦ୍‌ରେ ପ୍ଲେଅଫ ମ୍ୟାଚ ଖେଳାଯିବାର ଯୋଜନା ରହିଥିଲା। ପରବର୍ତ୍ତୀ ସମୟରେ ୬ଟି ସହରକୁ ସଂକ୍ଷିପ୍ତ ତାଲିକାରେ ରଖିଛି। ଅନ୍ୟପକ୍ଷରେ ବିସିସିଆଇ ପକ୍ଷରୁ ୨୦୨୦ ଭଳି ମ୍ୟାଚ୍‌ ଖେଳାଯିବ କିମ୍ବା ୮ଟି ଦଳକୁ ଗ୍ରୁପରେ ବିଭକ୍ତ କରାଯାଇ ମ୍ୟାଚ ଖେଳାଯିବ; ସେ ନେଇ ନିଷ୍ପତ୍ତି ହୋଇନାହିଁ।

Show More
Back to top button