ସତ୍ୟଶିଖା (ନୂଆଦିଲ୍ଲୀ) ୫/୧୧/୨୦୨୦ : ଆଜି ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚ୍ । ମୁମ୍ବାଇ ଇଣ୍ଡିଆନ୍ ସ ଓ ଦିଲ୍ଲୀ କ୍ୟାପିଟାଲ୍ ସ ମଧ୍ୟରେ ଖେଳାଯିବ ମ୍ୟାଚ । ଉଭୟ ଦଳ ବିଜୟ ସହ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବା ଲକ୍ଷ୍ୟ ରଖିଛନ୍ତି । ପଏଣ୍ଟ ଟେବୁଲର ପ୍ରଥମ ୨ଟି ସ୍ଥାନରେ ଥିବା ଏହି ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ଚିତ୍ତାକର୍ଷକ ହେବା ନେଇ ଅନୁମାନ କରାଯାଉଛି । ରୋହିତ ଶର୍ମା ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍ ସ ୧୪ଟି ଲିଗ୍ ମ୍ୟାଚରୁ ୯ଟି ବିଜୟ ଓ ୫ଟି ପରାଜୟ ସହ ୧୮ ପଏଣ୍ଟ ପାଇ ଶୀର୍ଷରେ ରହିଛି । ତେବେ ଶେଷ ମ୍ୟାଚ୍ ରେ ସନ୍ ରାଇଜର୍ସ ନିକଟରୁ ଚଳିତ ସିଜିନ୍ ରେ ମୁମ୍ବଇ ତା’ର ସବୁଠାରୁ ବଡ଼ ପରାଜୟ ଭୋଗିଛି । ଚଳିତ ସଂସ୍କରଣରେ ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ଦୁଇଥର ମୁହାଁମୁହିଁ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ ସ ୨ଟି ଯାକ ମ୍ୟାଚ୍ ଜିତିଥିଲା । ତେଣୁ ଆଜିର ମ୍ୟାଚ୍ ରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।
IPL-2020 : ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ୍, ମୁମ୍ବାଇକୁ ଭେଟିବ ଦିଲ୍ଲୀ
