ନ୍ୟୁଜ୍ବାଣିଜ୍ୟ

ନିବେଶକ ହରାଇଲେ ୨.୩୩ ଲକ୍ଷ କୋଟି

ସତ୍ୟଶିଖା (ମୁମ୍ବାଇ) ୧୬/୦୧/୨୦୨୧ : ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ଆଜି ବଡ଼ ଧରଣର ହ୍ରାସ ଘଟିଥିବାରୁ ନିବେଶକମାନେ ୨.୩୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । ବିଭିନ୍ନ କଂପାନିର ସେୟାର ମୂଲ୍ୟ ଉଚ୍ଚ ସ୍ତରରେ ଥିବାରୁ ତାହାକୁ ବିକି ଲାଭ ପାଇବା ଆଶାରେ ଆଜି ନିବେଶକମାନେ ବିପୁଳ ପରମାଣର ସେୟାର ବିକିଥିଲେ । ଏହାର ପ୍ରଭାବରେ ସେନ୍‌ସେକ୍ସ ୫୪୯ ପଏଣ୍ଟ୍‌ ହ୍ରାସ ପାଇ ୪୯,୦୩୪ ପଏଣ୍ଟ୍‌ରେ ବନ୍ଦ ହୋଇଛି । ଏଥି ସହିତ ୫୦ ହଜାର ପଏଣ୍ଟ୍‌ ସ୍ତର ଅତିକ୍ରମ କରିବା ଆଡ଼କୁ ଅଗ୍ରସର ହେଉଥିବା ସେନ୍‌ସେକ୍ସ ପଛକୁ ଫେରିଛି ।ଏହି ମ୍ୟାଜିକ୍ ସଂଖ୍ୟା ଅତିକ୍ରମ କରିବା ଲାଗି ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ ନିଫ୍‌ଟି ମଧ୍ୟ ୧୬୧ ପଏଣ୍ଟ୍‌ ହ୍ରାସ ପାଇ ୧୪,୪୩୩ ପଏଣ୍ଟ୍‌ରେ ବନ୍ଦ ହୋଇଛି । ନିବେଶକମାନଙ୍କ ସମ୍ପତ୍ତି‌ରେ ବର୍ଷକୁ ବର୍ଷ ହ୍ରାସ ଓ ବୃଦ୍ଧିର ଧାରା ଜାରି ରହିଛି । ଗତ ୨୦ ବର୍ଷ ଭିତରେ ନିବେଶକମାନଙ୍କ ସମ୍ପତ୍ତିରେ ମୋଟ ଉପରେ ୩୧୨୫.୪%ର ବୃଦ୍ଧି ହୋଇଛି । ଏହି ୨୦ ବର୍ଷ ମଧ୍ୟରୁ ୧୫ ବର୍ଷ ନିବେଶକମାନଙ୍କ ସମ୍ପତ୍ତି ବଢ଼ିଥିବା ବେଳେ ୫ଟି ବର୍ଷରେ ହ୍ରାସ ପାଇଛି। ୨୦୦୩-୦୪ରେ ନିବେଶକମାନେ ସର୍ବାଧିକ ରିଟର୍ଣ୍ଣ ପାଇଥିଲେ । ସେମାନଙ୍କ ସମ୍ପତ୍ତି ମୂଲ୍ୟରେ ୧୬୯% ବୃଦ୍ଧି ହୋଇଥିଲା ।

Show More
Back to top button