ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ, ୩୦ ଆହତ

ସତ୍ୟଶିଖା(ମାଲକାନଗିରି  )୧୩.୦୬. ୨୦୨୨ : ମାଲକାନଗିରି ଜିଲ୍ଲା ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଆଜି ଭୋରରୁ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ  ଓଲଟି ପଡ଼ିବାରୁ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ  ଭଦ୍ରାଚଳମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଘର ନବରଙ୍ଗପୁର ଓ ଭବାନୀପାଟଣାର ବୋଲି ସୂଚନା ମିଳିଛି।

Show More
Back to top button