ରାଜ୍ୟରେ ସଂକ୍ରମଣ ଏବେ ପ୍ଲାଟୋ ଷ୍ଟେଜରେ: ସ୍ୱାସ୍ଥ୍ୟ ନିର୍ଦେଶକ

ସତ୍ୟଶିଖା(ଭୁବନେଶ୍ୱର) ୨୦.୦୭.୨୦୨୧:  ଟେଷ୍ଟ ପିଜିଟିଭ ରେଟ ଅଧିକ ରହୁଥିବା ୪ ଜିଲ୍ଲାରେ ସଂକ୍ରମଣ କମିବା ପରେ ଏବେ ପ୍ଲାଟୋ ଷ୍ଟେଜରେ ରହିଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଆମେ ଏଠି ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରୁଛୁ। ଆମକୁ ଏହି ୪ ଜିଲ୍ଲାରେ ଅଧିକ ଫୋକସ୍ ଦେବାକୁ ପଡ଼ିବ, କାରଣ ଏଠି ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ରହୁଛି।

ଏମ୍ସର ନିର୍ଦେଶକ ଗୁଲେରିଆ ଆସନ୍ତା ୬ ରୁ ୭ ସପ୍ତାହ ଭିତରେ ତୃତୀୟ ଲହର ଆସିବ ବୋଲି କହିଛନ୍ତି। କଟକଣା କୋହଳ ହେବା ପରେ ଲୋକମାନଙ୍କର ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହେବ। ତୃତୀୟ ଲହର ପାଇଁ  ଆମେ ପ୍ରସ୍ତୁତ ହେଉଛୁ। ସେଥିପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ବି ପ୍ରସ୍ତୁତ କରାଯାଉଛି। ଏଣୁ ରାଜ୍ୟରେ ଟିକାକରଣ ଚାଲୁ ରହିବ। ଫୋକସ୍ ସର୍ଭିଲାନ୍ସ ଚାଲୁ ରହିବ। ଯଦି ଦରକାର ପଡ଼େ, ଅଗଷ୍ଟ ପରେ ବି ଏହାକୁ ବଢ଼ାଇ ପାରନ୍ତି ସରକାର। ଟ୍ରିଟେମେଣ୍ଟ ଫ୍ୟାସିଲିଟି ଯାହା ରଖିଛୁ, ତାକୁ ଆମେ ରଖିବୁ । ବର୍ତ୍ତମାନ ତୁଳନାରେ ଆମର ଯଥେଷ୍ଟ ଟ୍ରିଟମେଣ୍ଟ କ୍ଷମତା ରହିଛି ।

ଏହାଛଡ଼ା ତୃତୀୟ ଲହର ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ଆମର ଟ୍ରେନିଂ ମୋଡାଲିଟି ଆମର ୫୦ ପ୍ରତିଶତ ଆଗେଇଗଲାଣି। ଏଥିଲାଗି ପେଡ଼ିଆଟ୍ରିକିସ ଓ ଜେନେରାଲ ଏମବିବିଏସ୍ ମାନଙ୍କୁ ଟ୍ରେନିଂ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

Exit mobile version