ଦେଶନ୍ୟୁଜ୍ବିଦେଶରାଜ୍ୟ

ସଂକ୍ରମଣ ଦେଶ ରେ ଦିନକୁ ଦିନ ବଢିଚାଲିଛି : ପୁଣି ଗୋଟିଏ ଦିନରେ ୯୦ ହଜାରରୁ ଅଧିକ ସଂକ୍ରମଣ; ୨୪ ଘଂଟାରେ ୧୦୧୬ମୃତ୍ୟୁ l

ସତ୍ୟଶିଖା ୭ .୦୯.୨୦୨୦ : ଦେଶରେ କରୋନା ମିଟର ଉପର ମୁହାଁ । ଦେଶରେ ଗତ ୨୪ ଘଂଟାରେ ପୁଣି ୯୦ ହଜାର ୮୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ଏଥିସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩୨ ଲକ୍ଷ ୫୦ ହଜାର ୪୨୯ ସୁସ୍ଥ ହୋଇଥିବାବେଳେ ୮ ଲକ୍ଷ ୮୨ ହଜାର ୫୪୨ ଜଣ ସକ୍ରିୟ ରୋଗୀ ରହିଛନ୍ତି । ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନରେ ପହଂଚିଛି । କରୋନା ଆକ୍ରାନ୍ତ ତାଲିକାରେ ଭାରତ ଉପରେ ଏବେ କେବଳ ଆମେରିକା ରହିଛି । ପୂର୍ବରୁ ଭାରତ ସକ୍ରିୟ ସଂକ୍ରମିତ ତାଲିକାରେ ବିଶ୍ୱର ଦ୍ୱିତୀୟରେ ଥିବାବେଳେ ଏବେ ପଜିଟିଭ ମାମଲାରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ପହଂଚିଛି ।

ବ୍ରାଜିଲରେ ଏବେ ମୋଟ୍ ୪୧ ଲକ୍ଷ ୩୭ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଲକ୍ଷ ୯୩ ହଜାର ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିପରି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଆମେରିକାରେ ପଜିଟିଭ ସଂଖ୍ୟା ୬୪ଲକ୍ଷ ୫୭ ହଜାର ୪୪୬ ରହିଛି । ଅନ୍ୟପଟେ ଦିନକରେ ୧୦୧୬ ଜଣଙ୍କ ମୃତ୍ୟୁ ହୋଇଛି । ଦେଶର ମୋଟ ମୃତ୍ୟୁ ସଂଖ୍ୟା ୭୧ ହଜାର ୬୪୨ରେ ପହଁଚିଛି । ତଥ୍ୟ ଅନୁସାରେ ଆମେରିକାରେ କରୋନା ୧ ଲକ୍ଷ ୯୩ ହଜାର ୨୦୬ ମୁଣ୍ଡ ନେଇଥିବା ବେଳେ ବ୍ରାଜିଲରେ ମହାମାରୀ ଭୁତାଣୁରେ ୧ଲକ୍ଷ ୨୬ ହଜାର ୬୫୦ ଜଣଙ୍କ ଜୀବନ ଯାଇଛି । କରୋନା ଜନିତ ମୃତ୍ୟୁରେ ତୃତୀୟ ସ୍ଥାନରେ ରହିଛି ଭାରତ ।

Show More
Back to top button