ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ପୁଣି ବଢିଲା ସଂକ୍ରମଣ

ସତ୍ୟଶିଖା( ଭୁବନେଶ୍ୱର)୧୮.୦୪.୨୦୨୨  ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ। କିଛି ଦିନ ହେବ ଦୈନିକ ସଂକ୍ରମଣ ୧ ହଜାର ଅତିକ୍ରମ କରୁଥିବା ବେଳେ ଏବେ ୨ ହଜାର ଟପିଛି। ୨୪ ଘଣ୍ଟାରେ ଆଉ ୨ ହଜାର ୧୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୪୪,୨୮୦କୁ ବୃଦ୍ଧି ପାଇଛି। ସେହିପରି ଆଉ ୧,୯୮୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୧୦,୭୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧,୯୬୫ରେ ପହଞ୍ଚିଛି। ମୃତ୍ୟୁ ହାର ୧.୨୧%। ସେହିପରି ଆଉ ୧୧,୫୪୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୦୩%। ଦିନକ ପୂର୍ବରୁ ୨,୬୧,୪୪୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୮୩,୨୧,୦୪,୮୪୬ ନମୁନା ପରୀକ୍ଷା କରାଯାଇଛି। ଦିନକ ପୂର୍ବରୁ ୨,୬୬,୪୫୯ ଟିକା ନେଇଥିବା ବେଳେ ମୋଟ ୧,୮୬,୫୪,୯୪,୩୫୫ ଟିକାକରଣ କରାଯାଇଛି। ଆଜି ପୂର୍ବାହ୍ନ ସୁଦ୍ଧା ୨,୦୦,୦୪୨ ଟିକାକରଣ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Show More
Back to top button