ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆହୁରୀ ବଢିବ ସଂକ୍ରମଣ, ଏକ ମାସ ଯାଏଁ ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ସତ୍ୟଶିଖା( ଭୁବନେଶ୍ୱର )୦୫ .୦୭ . ୨୦୨୨:  ରାଜ୍ୟରେ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ବୃଦ୍ଦଇ ହେବାରେ ଲାଗିଛି । ୩ରୁ୪ ଦିନ ହେଲା ସଂକ୍ରମଣ ଏବେ ୩୦୦ ଉପରେ ରହୁଛି । ତେବେ କରୋନା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସତର୍କ କରାଇଛନ୍ତି ।

ସେ କହିଛନ୍ତି ଯେ ଆହୁରି ଏକ ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ସେତେ ଯାଏଁ ଆମକୁ ସତର୍କ ରହିବାକୁ ପଡିବ । କାହିଁକି କରୋନା ଏବେ କିଛି ମାତ୍ରାରେ ବଢିପାରେ । ତେଣୁ ମାସ ଶେଷ ଯାଏଁ ଆସମକୁ ସତର୍କ ରହିବା ଉଚିତ ।

ଦୈନିକ ସଂକ୍ରମଣ ଏବେ ୩୦୦ ଟପିଛି । ହେଲେ ଚିନ୍ତାର ବିଷୟ କିଛି ନାହିଁ । ସଂଖ୍ୟା ବଢୁଥିଲେ ମଧ୍ୟ ହସ୍ପିଟାଲାଇଜେସନ ରେଟ କମ ରହିଛି । ଲକ୍ଷଣଯୁକ୍ତ ରୋଗୀଙ୍କ ସଂଖ୍ୟା ବହୁତ କମ ରହିଛି । ସେହିପରି ଭେଣ୍ଟିଲେଟର ରହିଛି ଏବଂ ବେଡ ବି ଅଛି । ଏହାରି ଭିତରେ ସମସ୍ତେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Show More
Back to top button