ପଇଡ଼ ପାଣିରେ ଥିବା ଉପକାରିତା ଜାଣନ୍ତୁ


ସତ୍ୟଶିଖା (ଭୁବନେଶ୍ୱର ) ୨୫.୦୨.୨୦୨୩ : ଆଜିକା ବ୍ୟସ୍ତବହୁଳ ସମୟରେ ଆମେ ଆମ ଶରୀରକୁ ବିଶେଷ ଧ୍ୟାନ ଦେଇପାରୁନେ। କିନ୍ତୁ ଶରୀରକୁ ଜଗିବା ନିହାତି ଦରକାର। ତାହାଲେ ଯାଇ ଆମେ ସୁସ୍ଥ ରହିବା। ଆମେ କହୁଛୁ ଏମିତି ଏକ ପାନୀୟ କଥା ଯାହା ଆପଣଙ୍କ ଶରୀରକୁ ନାଚୁରାଲ ଗ୍ଲୋ ଦେବା ସହ ବହୁ ପ୍ରକାର ରୋଗରୁ ରକ୍ଷା କରିବ। ପଇଡ଼ ପାଣି ଏମିତି ଏକ ପାନୀୟ ଯାହା ଆପଣଙ୍କ ପାଟିକୁ ଭଲ ଲାଗିବାସହ ଏହି ଡ୍ରିଙ୍କରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ପଇଡ଼ ପାଣି ପିଇବା ଦ୍ବାରା ଏହା ଶରୀରକୁ ହାଇଡ୍ରେଟ ମଧ୍ୟ କରିଥାଏ। ଏହାସହ ଏଥିରେ ଭିଟାମିନ –ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ଭରପୁର ରହିଛି। ଏହାର ସ୍ବାଦ ମଧ୍ୟ ବହୁତ ଭଲ। ବାହାରକୁ ଶକ୍ତ ଦେଖାଯାଉଥିବା ଫଳଟି କିନ୍ତୁ ଭାରି କୋମଳ। ତେବେ ଆସନ୍ତୁ ଜାଣିବା ଏଥିରେ ଥିବା କିଛି ବିଶେଷ ଔଷଧୀୟ ଗୁଣ
-ପଇଡ ପାଣିରେ କମ ପରିମାଣ କ୍ୟାଲୋରୀ ରହିଥାଏ। ଏହା ଓଜନ କମ କରାଇବାରେ ସହାୟକ ହୋଇଥାଏ। ଗୋଟିଏ ପିଇଲେ ଏହା ଏନର୍ଜି ଡ୍ରିଙ୍କର କାମ କରେ। ବହୁତ ସମୟ ପର୍ଯ୍ୟନ୍ତ ଭୋକ ହେବାରୁ ରକ୍ଷା କରେ। ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ସକାଳେ ଖାଲି ପେଟରେ ପଇଡ଼ ପାଣି ପିଅନ୍ତୁ। ଏହା ପାଚନଶକ୍ତି ମଜଭୁତ କରିବାରେ ମଧ୍ୟ ସହାୟକ ହୋଇଥାଏ।
-ପଇଡ ପାଣି ପିଇଲେ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ। କାରଣ ଏହା ବ୍ଲଡ କୋଲେଷ୍ଟ୍ରଲ କମାଇବାରେ ସାହାଯ୍ୟ କରିଥାଏ। ଏଥିପାଇଁ ହୃଦରୋଗୀଙ୍କ ପାଇଁ ଏକ ଭଲ ଡ୍ରିଙ୍କ କହିଲେ ଅତ୍ୟୁକ୍ତି ହେବନାହିଁ।
-ଲିଭର ରୋଗୀଙ୍କ ପାଇଁ ମଧ୍ୟ ପଇଡ଼ ପାଣି ବେଶ ଗୁରୁତ୍ବପୂର୍ଣ୍ଣ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଲିଭରକ ଭଲ ରଖିଥାଏ। ପଇଡ଼ ପାଣି ପିଇବା ଦ୍ବାରା ଲିଭରରେ ଥିବା ବିଷାକ୍ତ ଦ୍ରବ୍ୟ ବାହାର କରିଥାଏ। ଏବଂ ଲିଭରକୁ ସୁସ୍ଥ ରଖିଥାଏ।
-ହେୟାର ପାଇଁ ମଧ୍ୟ ଏହି ପଇଡ଼ ଡ୍ରିଙ୍କ ବେଶ ଉପଯୋଗୀ। ଏଥିରେ ଥିବା ପୋଷକ ତତ୍ତ୍ବ ହେୟାରକୁ ମଜଭୁତ ରଖେ। ହେୟାର ଫଲ ହୁଏନାହିଁ। ହେୟାରକୁ ପ୍ରାକୃତିକ ଭାବେ ନରିଶିଂ ରଖେ। ପଇଡ଼ ପାଣି ପିଇଲେ ଚୁଟିରେ ରୂପି ସମସ୍ୟା ମଧ୍ୟ ହୁଏ ନାହିଁ।
-ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥାରେ ବେଶୀ ପରିମାଣର ପୋଷକର ଆବଶ୍ୟକତା ରହିଛି। ଯାହା ମା’ ଏବଂ ଛୁଆ ପାଇଁ ନିତାନ୍ତ ଅପରିହାର୍ଯ୍ୟ। ଆଉ ମଧ୍ୟ କୁହାଯାଏ ଗର୍ଭାବସ୍ଥାରେ ପ୍ରତିଦିନ ସକାଳେ ପଇଡ଼ ପାଣି ପିଇଲେ ଛୁଆର ରଙ୍ଗ ଗୋରା ହୋଇଥାଏ। ତେବେ ଗୋରା ହେଉ କି ନ ହେଉ ନ୍ୟାଚୁରାଲ ଗ୍ଲୋ କିନ୍ତୁ ନିହାତି ଆସେ। ପଇଡ଼ ପାଣି ପ୍ରତିଦିନ ପିଇଲେ ବହୁତ ଭଲ।
-ପଇଡ଼ ପାଣି ମୁହଁରେ ମାରିଲେ ମୁହଁ ଗ୍ଲୋ କରିବା ସହ ମୁହଁରୁ ବିଭିନ୍ନ ପ୍ରକାର କଳା ଦାଗ ଦୂର ହୋଇଥାଏ।
-ପଇଡ଼ ପାଣି ପ୍ରତିଦିନ ପିଇବା ଦ୍ବାରା କିଡନୀ ରୋଗୀମାନଙ୍କ ପାଇଁ ବହୁତ ଭଲ। କିଡନୀରେ ଯେଉଁମାନଙ୍କର ଷ୍ଟୋନ ହୋଇଛି ସେମାନଙ୍କ ପାଇଁ ପଇଡ଼ ପାଣି ରାମବାଣ ଭଳି କାର୍ଯ୍ୟ କରେ।