ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ପୁଣି ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ

ସତ୍ୟଶିଖା(ନୂଆଦିଲ୍ଲୀ )୨୨.୦୬. ୨୦୨୨ : ଦେଶରେ ପୁଣି ଚିନ୍ତା ବଢାଇଛି ଦୈନିକ ସଂକ୍ରମଣ। ଦିନକରେ ଆଉ ୧୨,୨୪୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ୪,୩୩,୩୧,୬୪୫କୁ ବୃଦ୍ଧି ପାଇଛି। ୨୪ ଘଂଟାରେ ଆଉ ୯,୮୬୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୭,୨୫,୦୫୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୬୦%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୪,୯୦୩ରେ ପହଂଚିଛି। ମୃତ୍ୟୁ ହାର ୧.୨୧%। ୮୧,୬୮୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୧୯%। ଦିନକ ଆଗରୁ ୩,୧୦,୬୨୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ଏଯାଏଁ ୮୫,୮୮,୩୬,୯୭୭ ନମୁନା ପରୀକ୍ଷା କରାଯାଇଛି। ସେହିପରି ଆଜି ପୂର୍ବାହ୍ନ ସୁଦ୍ଧା ୪୮,୯୫୬ ଟିକା ନେଇଥିବା ବେଳେ ମୋଟ ୧,୯୬,୪୫,୯୯,୯୦୬ ଟିକାକରଣ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Show More
Back to top button