ସତ୍ୟଶିଖା (ଭୁବନେଶ୍ୱର ) ୦୩.୧୨.୨୦୨୨ :ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ଲାଗି ସ୍ଥାପନ ହେବ ଶିଳ୍ପ ପାର୍କ । ମହିଳା ଉଦ୍ୟୋଗୀଙ୍କ ପାଇଁ ସବୁ ଜିଲ୍ଲାରେ ହେବ ମାଇକ୍ରୋ ଓ ସ୍ମଲ ଇଣ୍ଡଷ୍ଟ୍ରି ପାର୍କ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ରତି ଜିଲ୍ଲା ମିଶନ ଶକ୍ତି ଫେଡରସନକୁ କୋଟିଏ ଟଙ୍କାର ରେଭୋଲିଙ୍ଗ ଫଣ୍ଡ ଦିଆଯିବ । ପ୍ରତି ବ୍ଲକ ସ୍ତରୀୟ ଫେଡରେସନକୁ 50 ଲକ୍ଷ ଟଙ୍କା ରେଭୋଲିଙ୍ଗ ଫଣ୍ଡ ଦିଆଯିବ । ପଞ୍ଚାୟତ ସ୍ତରୀୟ ମିଶନ୍ତି ଶକ୍ତି ଫେଡରେସନ ଲାଗି ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସରେ ଘର ଯୋଗାଇ ଦିଆଯିବ ।
ମହିଳା ଉଡ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିଶ୍ବ ବଜାରରେ ପହଞ୍ଚାଇବାକୁ ଇ-କମର୍ସ ବ୍ୟବସ୍ଥା ଆରମ୍ଭ ହେଇଛି । ଏଥିଲାଗି ଆଜି ଫ୍ଲିପକାର୍ଟ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି ମିଶନ ଶକ୍ତି ବିଭାଗ । ସେହିପରି ଶୁଖୁଆ ଉତ୍ପାଦନ ଓ ବଜାର ବ୍ୟବସ୍ଥା ପାଇଁ ୱାଲ୍ଡଫିସ, ଚାଉଳର ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ପାଇଁ ଆଇଆରଆରଆଇ, ଚିନାବାଦାମ ର ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ପାଇଁ ଅଇସିଆରଆଇ ଏସଏଟି ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ।