
ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୦୧/୨୦୨୧ : ଦେଶର ଜଣାଶୁଣା ବିମାନ କମ୍ପାନୀ ଇଣ୍ଡିଗୋ ଶସ୍ତାରେ ବିମାନ ଯାତ୍ରାର ଅଫର୍ ଦେଉଛି । ଏହି ଅଫର ମଧ୍ୟମରେ ଆପଣ ୮୭୭ ଟଙ୍କାରେ ଟିକେଟ୍ କିଣି ବିମାନ ଯାତ୍ରା କରିପାରିବେ । ଇଣ୍ଡିଗୋର ଏହି ଅଫର୍ ୧୩ ଜାନୁଆରୀରୁ ଆରମ୍ଭ ହୋଇଯାଇଛି ଏବଂ ଏହା ୧୭ ତାରିଖରେ ସରିବ ବୋଲି କମ୍ପାନୀ ଘୋଷଣା କରିଛି । ଏ ନେଇ କମ୍ପାନୀ ଟ୍ୱିଟ୍ କରି ସୂଚନା ଦେଇଛି ।କମ୍ପାନୀ ଟ୍ୱିଟରେ ଲେଖିଛି ଯେ, ଇଣ୍ଡିଗୋ ଏହି ଅଫର କେବଳ ୫ ଦିନ ପାଇଁ ଦେଉଛି । ଏହି ସମୟରେ ଟିକେଟ୍ କିଣିଲେ ଆପଣ ଦେଶର ଯେକୌଣସି ସ୍ଥାନରୁ ୮୭୭ଟଙ୍କାରେ ଯାତ୍ରା ଆରମ୍ଭ କରିପାରିବେ । ଏହା ସହିତ ଆପଣ କ୍ରେଡିଟ୍ କାର୍ଡର ବ୍ୟବହାର କରି ଟିକେଟ୍ କିଣିଲେ ଆପଣଙ୍କୁ ଅତିରିକ୍ତ ରିହାତି ମଧ୍ୟ ମିଳିପାରିବ । ଯଦି ଆପଣ ଏହି ଅଫର ଜରିଆରେ ଟିକେଟ୍ ନେଉଛନ୍ତି ତେବେ ଆପଣଙ୍କୁ ଏହାର ଲାଭ ୧ ଏପ୍ରିଲ୍ ୨୦୨୧ ଠାରୁ ୩୦ ସେପ୍ଚେମ୍ୱର ୨୦୨୧ ମଧ୍ୟରେ ନେବାକୁ ପଡ଼ିବ ଅର୍ଥାତ ଏହି ସମୟ ଭିତରେ ଦେଶର କୌଣସି ସ୍ଥାନକୁ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିବ ।
ଇଣ୍ଡିଗୋର ଏହି ବଡ଼ ସେଲ୍ ଅଫରରେ ଯଦି ଆପଣ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ଟିକେଟ୍ କିଣୁଛନ୍ତି ତେବେ ଆପଣଙ୍କୁ କିସ୍ତିରେ ଟଙ୍କା ପଇଠ କରିବାକୁ ସୁବିଧା ମିଳିବ । ଏଥି ପାଇଁ ଆପଣଙ୍କୁ ୩ ହଜାର ଟଙ୍କାରୁ ଅଧିକ ଦାମରୁ ଟିକେଟ୍ କିଣିବାକୁ ପଡ଼ିବ । ଏହି ଲାଭ ଉଠାଇବା ପାଇଁ ଆପଣଙ୍କୁ ଇଣ୍ଡିଗୋର ଅଫିସିଆଲ୍ ୱେବସାଇଟରୁ ଟିକେଟ୍ ବୁକ୍ କରିବାକୁ ହେବ । ଯାହାଫଳରେ ଆପଣଙ୍କୁ ୧୨ ପ୍ରତିଶତ ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ ।