ସତ୍ୟଶିଖା (ନୂଆଦିଲ୍ଲୀ) ୩/୧୧/୨୦୨୦ : ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଉପଭୋକ୍ତାଙ୍କ ପାଇଁ ନଭେମ୍ବର ୩ ତାରିଖରୁ ନୂଆ ସେବା ଆରମ୍ଭ କରିଛି । ଏହି ସେବା ସରକାରୀ ଗ୍ୟାସ୍ କମ୍ପାନୀ ଇଣ୍ଡେନ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହୋଇଛି । ଇଣ୍ଡେନ୍ ଉପଭୋକ୍ତା ଆଜିଠାରୁ, ଅର୍ଥାତ ନଭେମ୍ବର ୩ ତାରିଖରୁ ଟୋଲ୍ ଫ୍ରି ନମ୍ବର୍ ମାଧ୍ୟମରେ ଗ୍ୟାସ୍ ବୁକିଂ କରିପାରିବେ । ମନ୍ତ୍ରାଳୟ ଇଣ୍ଡେ୍ନ ଗ୍ୟାସ୍ ଗ୍ରାହକଙ୍କ ପାଇଁ ନୂଆ ନମ୍ବର 7718955555 ଜାରି କରିଛି । ବର୍ତ୍ତମାନ ଏହି ନମ୍ବର୍ ଜରିଆରେ ଘରେ ବସି ଗ୍ୟାସ୍ ବୁକିଂ କରିପାରିବେ । ସିଲିଣ୍ଡର ବୁକିଂ ସୁବିଧା ୨୪*୭ ଉପଲବ୍ଧ ।
ବଦଳିଲା ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡର୍ ବୁକିଂ ନିୟମ
