ସତ୍ୟଶିକ୍ଷା ୨୪.୦୯.୨୦୨୦ : ବିଭିନ୍ନ ଅବସରକୁ ଗୁଗଲ ତାଙ୍କ ଡୁଡଲରେ ପାଳନ କରନ୍ତି । ଏହିକ୍ରମରେ ଗୁଗଲ ଗୁରୁବାର ପ୍ରଶିଦ୍ଧ ଭାରତୀୟ ମହିଳା ସନ୍ତରଣକାରୀ ଆରତୀ ଶାହଙ୍କ ୮୦ତମ ଜୟନ୍ତୀ ପାଳନ କରୁଛନ୍ତି । ଭାରତର ‘ଜଳ ପରୀ’ ସାହଙ୍କ ଉଦ୍ଦେଶ୍ୟରେ ଗୁଗଲ ଏକ ଆକର୍ଷଣୀୟ ଡୁଡଲ ପ୍ରସ୍ତୁତ କରିଥିବାବେଳେ ତାଙ୍କୁ ଇଂଲିସ ଚାନେଲ ଅତିକ୍ରମ କରୁଥିବାର ଦେଖାଇଛି । ଇଂଲିସ ଚାନେଲ ପାର କରିବାରେ ଆରତୀ ସାହ ଥିଲେ ପ୍ରଥମ ଏସିୟ ମହିଳା ସନ୍ତରଣକାରୀ । ସନ୍ତରଣରେ ଏହି କୃତିତ୍ୱ ମାଉଣ୍ଟ ଏଭରେଷ୍ଟ ଆରୋହଣ ସହ ସମାନ । ସେ ୬୭.୫ କିଲୋମିଟର ଦୀର୍ଘ ଇଂଲିସ ଚାନେଲକୁ ୧୬ଘଣ୍ଟା ୨୦ ମିନିଟ୍ରେ ପହଁରି ପହଁରି ପାର ହୋଇଥିଲେ । ୨୪ ସେପ୍ଟେମ୍ବର ୧୯୪୦ରେ ଆରତୀ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଜନ୍ମ ହୋଇଥିଲେ। ସେ ୫ ବର୍ଷର ହୋଇଥିବାବେଳେ ସନ୍ତରଣରେ ତାଙ୍କ ଜୀବନର ପ୍ରଥମ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ । କୋଲକାତାର ହୁଗୁଳି ନଦୀରେ ସାହ ପହଁରିବା ଶିଖିଥିଲେ । ପରେ ସେ ଭାରତର ସର୍ବଶ୍ରେଷ୍ଠ ସନ୍ତରଣ ପ୍ରଶିକ୍ଷକ ସଚ୍ଚିନ ନାଗଙ୍କ ଦେଖରେଖରେ ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ ।
ଭାରତର ‘ଜଳ ପରୀ’ ଆରତୀ ସାହଙ୍କୁ ଡୁଡଲରେ ମନେ ପକାଇଲେ google l
