ଦେଶନ୍ୟୁଜ୍

ପାକିସ୍ତାନକୁ ଭାରତର କଡ଼ା ଜବାବ l

ସତ୍ୟଶିଖା ୦୬.୦୮.୨୦୨୦ :  ଗତକାଲି ଭବ୍ୟ ରାମ ମନ୍ଦିର ପାଇଁ ଭୂମି ପୂଜା କରିବା ସହ ଆଧାରଶିଳା ସ୍ଥାପନା କରାଯାଇଥିଲା । ତେବେ ଭାରତର ପ୍ରତ୍ୟେକଟି ଗତିବିଧିକୁ ଲକ୍ଷ୍ୟ କରି ପାକିସ୍ତାନ ଲଗାତର ଭାବରେ ବୟାନବାଜି କରୁଛି । ଏହି ମଧ୍ୟରେ ରାମ ମନ୍ଦିରକୁ ନେଇ ମଧ୍ୟ ପାକିସ୍ତାନ ଟିପ୍ପଣୀ ଦେଇଛି । ତେବେ ପାକିସ୍ତାନର ଏହି ଟିପ୍ପଣୀକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କଡ଼ା ଜବାବ ଦେବା ସହ ଅସନ୍ତୋଷ ଜନକ କହିଛି ।

ରାମ ମନ୍ଦିରକୁ ନେଇ ପାକିସ୍ତାନ ଦ୍ଵାରା କରାଯାଇଥିବା ଟିପ୍ପଣୀରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଭାରତର ଅନ୍ତରୀଣ ମାମଲାରେ ଇସଲାମିକ ରିପବ୍ଲିକ ଅଫ ପାକିସ୍ତାନର ବୟାନ ଦେଖିଲୁ । ପାକିସ୍ତାନକୁ ଭାରତ ମାମଲାରେ ଦଖଲ ଦେବା ଓ ସାମ୍ପ୍ରଦାୟିକତା ଉପରେ ଆଲୋଚନାରୁ ନିବୃତ୍ତ ରହିବା ଉଚିତ୍ । ସୀମା ପାର ଆତଙ୍କବାଦରେ ସଂଲିପ୍ତ ଥିବା ଦେଶର ଏଭଳି ବିବୃତ୍ତି ଆଶ୍ଚର୍ଯ୍ୟଜନକ ନୁହେଁ । ସେ ନିଜେ ତାର ଦେଶର ଅଳ୍ପସଂଖ୍ୟକଙ୍କୁ ଧାର୍ମିକ ଅଧିକାରରୁ ବଞ୍ଚିତ ରଖିଛି । ତେଣୁ ପାକିସ୍ତାନର ଏଭଳି ବୟାନବାଜି ଅବଶୋଷଜନକ ।

Show More
Back to top button