ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୦୧/୨୦୨୧ : ମହାକାଶରେ ପୁଣି ଇତିହାସ ରଚିଛି ସ୍ପେସ୍ ଏକ୍ସ (SpaceX) । ଯାହାକି ଏକ ବିଶ୍ୱ ରେକର୍ଡ଼ । ଏହାପୂର୍ବରୁ ଏହି ରେକର୍ଡ ଭାରତରେ ନାମରେ ଥିଲା । କିନ୍ତୁ ଏବ ଆମେରିକୀୟ ବ୍ୟବସାୟୀ ଏଲନ ମାସ୍କଙ୍କ କମ୍ପାନୀ ନାଁରେ ହୋଇଛି । ବ୍ୟବସାୟୀ ଏଲନ୍ ମାସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ (SpaceX) ନାଁରେ ଏହି ବିଶ୍ୱ ରେକର୍ଡ ହୋଇଛି । କମ୍ପାନୀ ମହାକାଶକୁ ଏକାସାଙ୍ଗେ ୧୪୩ ଟି ସାଟେଲାଇଟ୍ ପଠାଇଛି । ଯାହାକି ଏକ ରେକର୍ଡ । ଏହାପୂର୍ବରୁ ଏହି ରେକର୍ଡ ଭାରତ ନାଁରେ ଥିଲା । ୨୦୧୭ରେ ଭାରତ ଏକସାଙ୍ଗେ ୧୦୪ଟି ସାଟେଲାଇଟ୍ ଲଞ୍ଚ କରି ରେକର୍ଡ ସୃଷ୍ଟି କରିଥିଲା । କିନ୍ତୁ ଏବେ ଏହି ରେକର୍ଡ ଆମେରିକୀୟ ବ୍ୟବସାୟୀ ଏଲନ ମାସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ (SpaceX) ନାଁରେ ହୋଇଛି ।
ତେବେ ଭାରତୀୟ ସମୟନୁସାରେ ରବିବାର ବିଳମ୍ବିତ ରାତିରେ ଏହି ସାଟେଲାଇଟ୍ ଲଞ୍ଚ କରାଯାଇଛି । ଏହାପୂର୍ବରୁ ଏହି ସାଟେଲାଇଟ୍କୁ ଡିସେମ୍ବରରେ ଲଞ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ କିଛି ବୈଷୟିକ ତ୍ରୁଟି ଲାଗି ସାଟେଲାଇଟ୍ ଲଞ୍ଚକୁ ଘୁଞ୍ଚାଯାଇଥିଲା । ଶନିବାର ଦିନ ଖରାପ ପାଣିପାଗ ପାଇଁ ମଧ୍ୟ ପୁଣି ଥରେ ସାଟେଲାଇଟ ଲଞ୍ଚକୁ ସ୍ଥଗିତ ରକାଯାଇଥିଲା ।
ଏହାପୂର୍ବରୁ ସ୍ପେସ୍ ଏକ୍ସ କମ୍ପାନୀ ସର୍ବାଧିକ ୪୮ଟି ସାଟେଲାଇଟ୍ ମହାକାଶକୁ ପଠାଇଥିଲା । ଏକ ଘରୋଇ କମ୍ପାନୀ ସାଟେଲାଇଟ୍ ମହାକାଶକୁ ପଠାଇବା ପ୍ରଥମ ଘଟଣା ଥିଲା । ଆମେରିକୀୟ ବ୍ୟବସାୟୀ ଏଲନ ମାସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ସାଟେଲାଇଟ୍ ଲଞ୍ଚ କରିବା ପାଇଁ ୧୦ଲକ୍ଷ ଡଲାର ନେଇଥାନ୍ତି ।