ସତ୍ୟଶିଖା (ନୂଆଦିଲ୍ଲୀ) ୩୧/୧୨/୨୦୨୦ : ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ପଞ୍ଜାବରେ ଟାର୍ଗେଟ କିଲିଂ କରାଉଥିବା ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ତଥା ଆତଙ୍କବାଦୀ ସୁଖ୍ ବିକ୍ରିୱାଲକୁ ଦୁବାଇରୁ ଭାରତ ସ୍ଥାନାନ୍ତରଣ କରାଯାଇଛି । ଭାରତୀୟ ସୁରକ୍ଷା ସଂସ୍ଥା ବିକ୍ରିୱାଲକୁ ଆଣି ଗୁରୁବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଦିଲ୍ଲୀ ସ୍ପେଶାଲ ସେଲ୍ ଟିମ୍ ତା’କୁ ଗିରଫ କରିଛି ।
ଦୁବାଇରେ ରହୁଥିବା ସମୟରେ ବିକ୍ରିୱାଲ ନିଜର ବେଶ ବଦଳାଇ ଦେଇଥିଲା । ଦିଲ୍ଲୀରେ ଧରାପଡ଼ିଥିବା ଆତଙ୍କବାଦୀମାନେ ବିକ୍ରିୱାଲ ସମ୍ପର୍କରେ ସୂଚନା ଦେବା ପରେ ଦୁବାଇସ୍ଥିତ ବିକ୍ରିୱାଲର ଫ୍ଲାଟରେ ଚଢ଼ାଉ କରାଯାଇ ସେଠାରୁ ତା’କୁ ଗିରଫ କରାଯାଇଥିଲା ।