ଭାରତର ସବୁଠୁ ମୂଲ୍ୟବାନ ରାକ୍ଷୀ


ସତ୍ୟଶିଖା(ଭୁବନେଶ୍ୱର ) ୧୮.୦୮ .୨୦୨୧: ଆଗକୁ ଆସୁଛି ରକ୍ଷାବନ୍ଧନ ସେଥିପାଇଁ ବଜ଼ାରରେ ଖୋଲିଛି ଭଳିକି ଭଳି ରାକ୍ଷୀ ଦୋକାନ । ରକ୍ଷା ବନ୍ଧନ ହେଉଛି ଏକ ସର୍ବଭାରତୀୟ ହିନ୍ଦୁ ପର୍ବ । ଏହି ପର୍ବରେ ଭଉଣୀ ଭାଈ ହାତରେ ରାକ୍ଷୀ ବାନ୍ଧି ଭାଈର ଶୁଭକାମନା କରିଥାଏ । ପ୍ରତିବର୍ଷ ବଜାରକୁ ନୂଆ ନୂଆ ଡିଜାଇନର ରାକ୍ଷୀ ଆସିଥାଏ । କିନ୍ତୁ ଏହି ବର୍ଷ ସୁରଟରେ ତିଆରି ହୋଇଥିବା ରାକ୍ଷୀ ଭାରତର ସବୁଠୁ ମୂଲ୍ୟବାନ ରାକ୍ଷୀ ଅଟେ, ଯାହାର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୁରଟର ଏକ ଗହଣା ଦୋକାନରେ ବିଭିନ୍ନ ପ୍ରକାର ରାକ୍ଷୀ ରଖାଯାଇଛି । ସୁନା, ରୂପା, ପ୍ଲାଟିନମରେ ଏହି ରାକ୍ଷୀ ଗୁଡିକ ତିଆରି କରାଯାଇଛି ଓ କିଛି ରାକ୍ଷୀରେ ହୀରାର ବ୍ୟବହାର ମଧ୍ୟ କରାଯାଇଛି । ଏହି ଗହଣା ଦୋକାନରେ ୩୫୦ଟଙ୍କାରୁ ଆରମ୍ଭ କରି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ରହିଛି । ୫ଲକ୍ଷ ଟଙ୍କାର ରାକ୍ଷୀରେ ସୁନା ବ୍ରେସ୍ଲେଟ ସହିତ ହୀରାର ଏକ ଲକେଟ୍ ଝୁଲୁଛି । ଏହି ରାକ୍ଷୀଟି ଜଣେ ମହିଳାଙ୍କ ଦ୍ୱାରା ତିଆରି କରାଯାଇଛି । ଏହା ସହିତ ଅନେକ ରାକ୍ଷୀ ସୁନା ଓ ହିରାରେ ତିଆରି ହୋଇଛି । ଏହି ରାକ୍ଷୀ ଗୁଡିକୁ ରାକ୍ଷୀ ପୂର୍ଣ୍ଣିମା ପରେ ମଧ୍ୟ ହାତରେ ବ୍ରେସଲେଟ୍ ଓ ଲକେଟକୁ ବେକରେ ପିନ୍ଧା ଯାଇପାରିବ । ଏହାଛଡା ଏହି ବ୍ରେସଲେଟ୍କୁ ଭାଈ ଓ ଲକେଟକୁ ଭାଈଙ୍କ ସ୍ତ୍ରୀ ପିନ୍ଧି ପାରିବେ ବୋଲି ଦୋକାନୀ କହିଛନ୍ତି ।