ଦେଶନ୍ୟୁଜ୍

ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ମିଶନ ପାଇଁ ଋଷରେ ତାଲିମ ସମାପ୍ତ କଲେ ଅନ୍ତରୀକ୍ଷ ଯାତ୍ରୀ l

ସତ୍ୟଶିଖା ୦୭ .୦୮ .୨୦୨୦ : ଭାରତର ପ୍ରଥମ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ଗଗନଯାନ ପାଇଁ ଚୟନ ହୋଇଥିବା 4 ଅନ୍ତରୀକ୍ଷ ଯାତ୍ରୀମାନେ ଋଷର ଅନ୍ତରୀକ୍ଷ ସଙ୍ଗଠନ ରୋକ୍ସୋସ୍ମୋସର ଏକ ସହାୟକ କମ୍ପାନୀ ଗ୍ଲେୱକୋସ୍ମୋସରେ ପ୍ରଶିକ୍ଷଣ ପୂରଣ କରିଛନ୍ତି । ଏନେଇ ପ୍ରଶିକ୍ଷଣ ସଂସ୍ଥା କହିଛି ଯେ, ଅନ୍ତରୀକ୍ଷ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛି, ସେମାନେ ସେମାନଙ୍କର ପ୍ରଶିକ୍ଷଣ ଜାରି ରଖିବା ପାଇଁ ଦୃଢବାଦୀ ଅଛନ୍ତି ।

ୱେବସାଇଟ୍ କହିଛି ଯେ, ଜୁନ୍ 2020 ରେ, ସେ IL-76 MDK ସ୍ପେଶାଲ ପ୍ରୟୋଗଶାଳା ବିମାନରେ ସ୍ୱଳ୍ପକାଳୀନବ ଓ ଭାରହୀନତା ମୋଡରେ ତାଲିମ ସମାପ୍ତ କରିଥିଲେ ଏବଂ ଜୁଲାଇରେ ତାଙ୍କୁ ଅବତରଣ ମଡ୍ୟୁଲ୍ ଲ୍ୟାଣ୍ଡିଂ ପଏଣ୍ଟରୁ ବାହାରି ହେଲିକପ୍ଟରରେ ଚଢିବା ପାଇଁ ତାଲିମ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜି-ଫୋର୍ସ, ହାଇପୋକ୍ସିଆ ଏବଂ ନିଜ ଖାଦ୍ୟ ପ୍ରସ୍ତୁତ ଉପରେ ତାଲିମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ନିକଟ ଭବିଷ୍ୟତରେ ଏହି ଟ୍ରେନିଂ କରାଯିବ ବୋଲି ଏଜେନ୍ସି କହିଛି । ଭାରତୀୟ ବାୟୁସେନାର ଚାରିଜଣ ଯୁଦ୍ଧ ବିମାନ ପାଇଲଟ୍ ବର୍ତ୍ତମାନ ଋଷର ରାଜଧାନୀ ମସ୍କୋରେ ତାଲିମ ନେଉଛନ୍ତି ଏବଂ ପ୍ରାୟ 2022ରୁ ଗଗନଯାନ ପାଇଁ ପ୍ରାର୍ଥୀ ହେବେ ।

ତେବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ସୂଚାଇ ଦେଇଛି ଯେ କୋଭିଡ -19 ମହାମାରୀ ଏବଂ ତାଲାବନ୍ଦ ଯୋଗୁଁ ଏହି ମିଶନ ବିଳମ୍ବ ହୋଇପାରେ।

Show More
Back to top button