Uncategorizedଖେଳଦେଶ

ଟୋକିଓ ଅଲମ୍ପିକ୍ସ ରେ ଭାରତୀୟ ପୁରୁଷ ହକି ଟିମ୍ ର କମାଲ

ସତ୍ୟଶିଖା(ନୂଆଦିଲ୍ଲୀ) ୨୭.୦୭.୨୦୨୧:  ଅଷ୍ଟ୍ରେଲିଆଠାରୁ ପରାଜୟ ପରେ ଟୋକିଓ ଅଲିମ୍ପିକ୍ସରେ ପୁଣି ଥରେ ବିଜୟଧାରାକୁ ଫେରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ସ୍ପେନକୁ ୩-୦ ଗୋଲରେ ପରାସ୍ତ କରିଛି ଭାରତ । ଗ୍ରୁପ ପର୍ଯ୍ୟାୟର ଏହି ମ୍ୟାଚକୁ ଏକତରଫା ଭାବରେ ଜିତି ନେଇଛି ଟିମ୍ ଇଣ୍ଡିଆ ।

ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ତେବେ ଦ୍ୱିତୀୟ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା । ଆଗକୁ ଜାପାନ ଓ ଆର୍ଜେଣ୍ଟିନା ବିପକ୍ଷରେ ଗ୍ରୁପ୍ ମ୍ୟାଚ୍ ରହିଛି ।

Show More
Back to top button