ଦେଶନ୍ୟୁଜ୍ବିଦେଶରାଜନୀତି

ଚୀନର ଅନଲାଇନ ଗୁଇନ୍ଦାଗିରି !

ସତ୍ୟଶିଖା  (ନୂଆଦିଲ୍ଲୀ) ୧୪.୦୯.୨୦୨୦ : ଭାରତ ଓ ଚୀନ୍‌ ମଧ୍ୟରେ ଲଦାଖ ସୀମାରେ ଉତ୍ତେଜନା ଲାଗିରହିଛି । ସୀମାରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ସୀମାରେ ପରିସ୍ଥିତିକୁ ଗୋଲମାଳିଆ କରିବା ପାଇଁ ଚୀନ୍‌ ଅନେକ କୁଚକ୍ରାନ୍ତ କରିଚାଲିଛି । କିନ୍ତୁ ଏହି ସବୁ ଭିତରେ ଚୀନ୍‌ର ଆଉ ଏକ କଳାକାରନାମା ଧରାପଡିଛି । ଚୀନ୍‌ ନିଜ ଦେଶର କିଛି ବୈଷୟିକ କମ୍ପାନୀମାନଙ୍କ ମାଧ୍ୟମରେ ଭାରତରେ ଗୁଇନ୍ଦା ଗିରି ଆରମ୍ଭ କରିଛି । ଏହି ଗୁଇନ୍ଦା ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ପର୍ଯ୍ୟନ୍ତ ରହିଛନ୍ତି । ସେହିପରି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ସେନା ଅଫିସର, ବଡ ବଡ଼ ଉଦ୍ୟୋଗପତିଙ୍କ ଟାର୍ଗେଟ କରିଯାଇଛି । ଏହି ଗୁଇନ୍ଦା ଗିରି ଖବର ସେତିକିବେଳେ ସାମ୍ନାକୁ ଆସିଛି , ଯେତେବେଳେ ଅନେକ ଚୀନ୍‌ କମ୍ପାନୀ ଓ ଆପ୍‌ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।ଜାତୀୟ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଚୀନର ଅନଲାଇନ ଗୁଇନ୍ଦାଗିରି ତାଲିକାରେ ଅଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ପ୍ରମୁଖ ନେତା, କ୍ୟାବିନେଟ୍ ମନ୍ତ୍ରୀ, ସିଏମ୍, ଭାରତର ପ୍ରଧାନ ବିଚାରପତି, C.D.S  ବିପିନ ରାଓ୍ୱତ, ପୂର୍ବତନ ପ୍ରଧାନମନ୍ତ୍ରୀମାନେ । ୧୦ ହଜାରରୁ ଅଧିକ ଭାରତୀୟ, ରାଜନୀତି ଠାରୁ ଆରମ୍ଭ କରି ବ୍ୟବସାୟ, ନ୍ୟାୟପାଳିକା, ଗଣମାଧ୍ୟମ, ଏପରିକି ଅପରାଧୀଙ୍କୁ ଚୀନ ଟ୍ରାକ କରୁଛି । ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ରହିଛି ।“hybrid warfare” and the “great rejuvenation of the Chinese nation,” ଟେକ୍ନୋଲୋଜି କମ୍ପାନୀ ଚୀନ ସରକାରଙ୍କ ସହ ମିଶି ଏହି ଗୁଇନ୍ଦାଗିରି କରୁଥିବା ସୂଚନା ମିଳିଛି । ଏହି କମ୍ପାନୀର ସଂପର୍କ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ସହିତ ରହିଛି ।ଖବର କାଗଜ ଅନୁଯାୟୀ, ଚୀନ୍‌ କମ୍ପାନୀଗୁଡିକ ସମସ୍ତ ବ୍ୟକ୍ତିବିଶେଷଙ୍କ ଡିଜିଟାଲ୍‌ ଜୀବନ ଶୈଳକୁ ଫଲୋ କରୁଛନ୍ତି । ଏହାସହିତ ସେମାନଙ୍କ ପରିବାର ଓ ସମର୍ଥକ କିପରି ଭାବେ କାମ କରୁଛନ୍ତି । ତାହା ଉପରେ ମଧ୍ୟ ନଜର ରଖୁଛନ୍ତି । ଚୀନ୍‌ କମ୍ପାନୀ ଏହି ସମସ୍ତ ଲୋକଙ୍କ ରିୟଲ ଟାଇମ୍‌ ଡାଟା ସଂଗ୍ରହ କରୁଛି, ଯାହାକି ଚୀନ୍‌ ସରକାରଙ୍କୁ ହସ୍ତାନ୍ତର କରିବ । ଏହି କମ୍ପାନୀ ଡାଟା ସଂଗ୍ରହ କରି, ଚୀନ୍‌ର ହ୍ରାଇବିଡ଼ ଓ୍ୱାର ନାମକ ଆଉ ଏକ କମ୍ପାନୀକୁ ହସ୍ତାନ୍ତ କରିଥାଏ । ଗୋଟିଏ ପଟେ LACରେ ଅନୁପ୍ରବେଶ କରି ଭାରତକୁ ଯୁଦ୍ଧ ପାଇଁ ଉସ୍‌କାଉଥିବା ବେଳେ ଅନ୍ୟ ପଟେ ଦେଶର ବଡ଼ ବଡ଼ ଲୋକଙ୍କ ଉପରେ ନଜର ରଖୁଛି ।

Show More
Back to top button