ସତ୍ୟଶିଖା (ନୂଆଦିଲ୍ଲୀ) ୦୫.୧୦.୨୦୨୦ : ଚୀନ୍ ସହ ଏଲଏସିରେ ଜାରି ରହିଥିବା ବିବାଦ ଏବଂ ଡ୍ରାଗନ୍ ଆର୍ମିର ଆକ୍ରମଣାତ୍ମକ ପଦକ୍ଷେପର ଜବାବ ଦେବା ପାଇଁ ଭାରତୀୟ ସୈନ୍ୟମାନେ ପ୍ରସ୍ତୁତ ହୋଇସାରିଲେଣି । ଏଥିପାଇଁ ବାରମ୍ବାର ସେନା ଏବଂ ବାୟୁସେନା ସାଧାରଣ ରଣନୀତି ଅନୁଯାୟୀ ମିଳିତ ଅଭ୍ୟାସ କରୁଛନ୍ତି। ଲଦାଖ ଅଞ୍ଚଳରେ ମୁତୟନ ଜଣେ ବରିଷ୍ଠ ବାୟୁସେନା କମାଣ୍ଡର ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ, ମୁଖ୍ୟାଳୟର ନିର୍ଦ୍ଦେଶ ସ୍ପଷ୍ଟ ଯେ ସେନା ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀଙ୍କ ଦ୍ବାରା ଯାହା ଆବଶ୍ୟକ ହେଉଛି ତାହା ପୂରଣ କରାଯିବ । ଲେହରେ ଗୋଟିଏ ପଟେ ଭାରତୀୟ ବାୟୁସେନାର ସି୧୭ଏସ, ଇଲୁସିନ-୭୬ଏସ ଏବଂ ସି-୧୩୦ଜେ ସୁପର ହର୍କ୍ୟୁଲିସ୍ ବିମାନ ରାସନ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ଯୋଗାଉଛି । ଏହାସହ ସେମାନେ ଚୀନ୍ ସେନା ସହ ଲଢିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ଚୀନ୍ ବିରୋଧରେ ଯୁଦ୍ଧ ପାଇଁ ଭାରତୀୟ ସେନାର ମଜବୁତ ପ୍ରସ୍ତୁତି, ଚିନୁକ, ଏମଆଇ-୧୭ ଏବଂ ଆପାଚେ ହେଲିକାପ୍ଟର ମୁତୟନ l
