ଦେଶ
ଭାରତୀୟ ସେନାକୁ ବଡ ସଫଳତା: ଏନକାଉଣ୍ଟରରେ ଟଳିଲେ ୮ ଆତଙ୍କୀ;


ସତ୍ୟଶିଖା: ଟଳିଲେ ୮ ଆତଙ୍କୀ । ଜମ୍ମୁ-କାଶ୍ମୀର ପାମ୍ଫୋର ଏବଂ ସୋଫିଆନରେ ଆଜି ସକାଳୁ ସକାଳୁ ଭାରତୀୟ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟି ୮ ଆତଙ୍କୀ ନିପାତ ହୋଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଅବନ୍ତିପୋରା ମୌଜାର ପମ୍ପୋରରେ ଭାରତୀୟ ସେନାରେ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ଖବର ପାଇ ଭୟରେ ଆତଙ୍କବାଦୀମାନେ ଏକ ମସଜିଦରେ ଲୁଚିଯାଇଥିଲେ । ଫଳରେ ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ଏବଂ ସେନାର ଗୁଳିମାଡରେ ସୋଫିଆନରେ ୫ ଓ ପାମ୍ଫୋରରେ ୩ ଆତଙ୍କବାଦୀ ସଫା ହୋଇଥିବା ନେଇ ଜଣାପଡିଛି ।