ଏସିଆନ୍ କଣ୍ଟେଟ୍ ଆୱାର୍ଡ ପାଇଁ ଭାରତୀୟ ଅଭିନେତ୍ରୀ ନୁସରତ ଭରୁଚା ମନୋନୀତ

ସତ୍ୟଶିଖା ( ନୂଆଦିଲ୍ଲୀ ) ୩୦ /୦୯ /୨୦୨୧: କିଛି ସମୟ ପୂର୍ବରୁ ନେଟଫ୍ଲିକ୍ସରେ ‘ଅଜବ ଦାସ୍ତାନ’ ନାମକ ଏକ ଆନ୍ଥୋଲୋଜି ଟେଲିକାଷ୍ଟ ହୋଇଥିଲା। ଏହି ସର୍ଟ ଫିଲ୍ମକୁ ବହୁତ ପସନ୍ଦ କରାଯାଇଥିଲା। ଏହା ଅଧୀନରେ ‘ଖିଲୌନା’ ନାମକ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଥିଲା ଯେଉଁଥିରେ ମୁଖ୍ୟ ଚରିତ୍ରରେ ଥିଲେ ନୁସରତ ଭରୁଚା । ତେବେ ଏହି ଚରିତ୍ର ପାଇଁ ନୁସରତଙ୍କୁ ସମ୍ମାନ ଦିଆଯାଉଛି। ବୁସାନ ଫିଲ୍ମ ଫେଷ୍ଟିଭାଲ୍ ଦ୍ୱାରା ଏସୀଆନ କଣ୍ଟେଟ୍ ଆୱାର୍ଡ ପାଇଁ ମନୋନୀତ ହୋଇଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଛନ୍ତି ନୁସରତ୍ । ଅଭିନେତ୍ରୀ ଖୁସି ପ୍ରକାଶ କରି କହିଛନ୍ତି ଯେ, ବିଭିନ୍ନ ଦେଶର ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ତାଙ୍କୁ ଚୟନ କରାଯାଇଥିବାରୁ ସେ ଏହି ଖବର ଦ୍ୱାରା ବହୁତ ଉତ୍ସାହିତ ଅଛନ୍ତି ।

Exit mobile version