

ସତ୍ୟଶିଖା( ହରାରେ )୧୮.୦୮ . ୨୦୨୨: ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ୨ ମାସରୁ କମ୍ ସମୟ ବାକିଥିବା ବେଳେ ଏକ ଦିନିକିଆ ଶୃଙ୍ଖଳା ଉପରେ ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ। ଗୁରୁବାରଠାରୁ ଘରୋଇ ଜିମ୍ବାୱେ ବିପକ୍ଷରେ ଭାରତ ୩ ମ୍ୟାଚ୍ର ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବ। ମ୍ୟାଚ୍ରେ ସମସ୍ତଙ୍କ ନଜର ରହିବ ଅଧିନାୟକ କେ.ଏଲ୍. ରାହୁଲଙ୍କ ଉପରେ। ଗତ ମେ’ରେ ଆଇପିଏଲ୍ ଏଲମିନେଟର ପରେ ଏହା ରାହୁଲଙ୍କ ପ୍ରଥମ ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍ ହେବ। ଅେସ୍ତ୍ରାପଚାର ଓ କୋଭିଡ୍ ସଂକ୍ରମଣ ପରେ ରାହୁଲ ଭାରତୀୟ ଦଳକୁ ଫେରିଛନ୍ତି ଏବଂ ତାଙ୍କୁ ନେତୃତ୍ବ ପ୍ରଦାନ କରାଯାଇଛି। ତେଣୁ ରାହୁଲଙ୍କ ଫର୍ମ ଓ ଫିଟ୍ନେସ ଉପରେ ସମସ୍ତଙ୍କ ନଜର ରହିବ। କାରଣ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରାହୁଲଙ୍କ ପ୍ରମୁଖ ଭୂମିକା ରହିବ। ସୂଚନାଯୋଗ୍ୟ; ୨୦୧୬ରେ ଏହି ଗ୍ରାଉଣ୍ଡରେ ରାହୁଲ ଜୀବନର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ।