ସତ୍ୟଶିଖା (ଅଷ୍ଟ୍ରେଲିଆ) ୦୨/୧୨/୨୦୨୦ : ସମ୍ମାନ ରକ୍ଷା ପାଇଁ ଆଜି ତୃତୀୟ ଦିନିକିଆରେ ଲଢିବ ଭାରତ । ପ୍ରଥମ ଦୁଇଟିଯାକ ଦିନିକିଆ ଜିତି ସିରିଜ ହାତେଇ ସାରିଛି ଘରୋଇ ଅଷ୍ଟ୍ରେଲିଆ । ଆଜି ମାନୁକା ଓଭାଲ ଗ୍ରାଉଣ୍ଡରେ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଖେଳାଯିବ । ଶୃଙ୍ଖଳାର ଫଇସଲା ହୋଇସାରିଥିଲେ ମଧ୍ୟ ଉଭୟ ଦଳ ମ୍ୟାଚ୍ ଜିତିବା ପାଇଁ ଲଢେଇରେ କୋହଳ କରିବେ ନାହିଁ । ମ୍ୟାଜ ଜିତି ସମ୍ମାନ ରକ୍ଷା କରିବା ସହ ଟି-୨୦ ସିରିଜ ପୂର୍ବରୁ ଆତ୍ମବିଶ୍ୱାସ ଫେରି ପାଇବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ସିରିଜ କ୍ଲିନସ୍ୱିପ କରିବା ସହ ଭାରତ ଉପରେ ପ୍ରାଧାନ୍ୟ ବଜାୟ ରଖିବାକୁ ଚାହିଁବ କଙ୍ଗାରୁ ଦଳ । ସେହିପରି ଚଳିତବର୍ଷ ଆରମ୍ଭରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ୦-୩ରେ ହାରିଥିଲା ଭାରତ । ତେଣୁ ଅଷ୍ଟ୍ରେଲିଆ ସିରିଜରେ ସେହି ଧାରା ଭାଙ୍ଗିବାକୁ ପ୍ରାଣପଣେ ଲଢେଇ କରିବ ବିରାଟ ବାହିନୀ ।