ଖେଳଦେଶନ୍ୟୁଜ୍

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି୨୦ ଆଜି

ସତ୍ୟଶିଖା( ନୂଆଦିଲ୍ଲୀ )୦୯.୦୬. ୨୦୨୨ : ୨ ମାସ ଧରି ଚାଲିଥିବା କ୍ରିକେଟ ମହୋତ୍ସବ ଆଇପିଏଲ୍‌ ପରେ ଏବେ ସମସ୍ତଙ୍କ ଧ୍ୟାନ ଆନ୍ତର୍ଜାତିକ କ୍ରିକେଟ୍‌ ଉପରେ। ଗୁରୁବାରଠାରୁ ଚଳିତବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ଭାରତୀୟ ଦଳ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଗୁରୁବାର ଖେଳାଯିବ। ଆସନ୍ତା ବିଶ୍ବକପ୍‌ ପୂର୍ବରୁ ଭାରତକୁ ମୋଟ ୧୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବାର ଅଛି। ଗୁରୁବାର ଭାରତ ଏହି ଅଭିଯାନ ଆରମ୍ଭ କରିବ। ପ୍ରତି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରତି ଖେଳାଳିଙ୍କୁ ପରଖିବା ମଧ୍ୟ ଆରମ୍ଭ କରିବ। ଦଳର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଶ୍ବକପ୍‌ ପାଇଁ ସଠିକ୍‌ ଦଳ ଗଠନ କରିବା। ଭାରତୀୟ ଦଳ ଏହି ଶୃଙ୍ଖଳା ପାଇଁ ଅର୍ଦ୍ଧାଧିକ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା କିନ୍ତୁ ତା’ର ଶ୍ରେଷ୍ଠ ଦଳ ନେଇ ଭାରତ ଆସିଛି।

Show More
Back to top button